ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମଙ୍ଗଳବାର (ଡିସେମ୍ବର ୩୧) ତାଇଓ୍ଵାନକୁ ଧମକ ଦେଇ ବର୍ଷ ଶେଷ କରିଛନ୍ତି। ନୂଆବର୍ଷର ଅଭିଭାଷଣରେ ଟ୍ରମ୍ପ କହିଛନ୍ତି, ତାଇୱାନ ସହ ମିଶିବାକୁ କେହି ଅଟକାଇ ପାରିବେ ନାହିଁ।
ବାସ୍ତବରେ ବେଜିଂ ଦୀର୍ଘ ଦିନ ଧରି ତାଇୱାନକୁ ଚୀନର ଅଂଶ ବୋଲି କହି ଆସୁଛି। ଚୀନ୍ ରାଷ୍ଟ୍ରପତିଙ୍କ ସଦ୍ୟତମ ବୟାନ ଏବଂ ତାଇଓ୍ଵାନ୍ ଚାରିପାଖରେ ବଢ଼ୁଥିବା ସାମରିକ ଅଭ୍ୟାସ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି।
ନିକଟ ଅତୀତରେ ତିନୋଟି ପ୍ରମୁଖ ସାମରିକ ଅଭ୍ୟାସ କରି ଏବଂ ତାଇୱାନର ଆକାଶପଥବାରମ୍ବାର ଉଲ୍ଲଂଘନ କରି ଚୀନ୍ ତା’ର ଆକ୍ରମଣାତ୍ମକ ମନୋଭାବ ଦ୍ୱାରା ଅଧିକ ସ୍ପଷ୍ଟ କରିଛି।
ତାଇଓ୍ଵାନ ଅଧିକାରୀଙ୍କ କହିବା ନୁସାରେ, ଡିସେମ୍ବର ପ୍ରାରମ୍ଭରେ ବଡ଼ ଧରଣର ଯୁଦ୍ଧାଭ୍ୟାସ କରାଯାଇଥିଲା। ତେବେ ବେଜିଂ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଏହି ଯୁଦ୍ଧାଭ୍ୟାସକୁ ନିଶ୍ଚିତ କରିନାହିଁ।
ନିକଟରେ ତାଇୱାନର ନିର୍ବାଚନରେ କ୍ଷୁବ୍ଧ ହୋଇ ବେଜିଂ ମଧ୍ୟ କହିଛି ଯେ ତାଇୱାନକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ବଳ ପ୍ରୟୋଗ କରିବାରୁ ପଛଘୁଞ୍ଚା ଦେବ ନାହିଁ।
କ’ଣ କହିଲେ ସି ଜିନପିଙ୍ଗ ?: ନୂଆବର୍ଷର ଅଭିଭାଷଣରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କହିଛନ୍ତି, ତାଇଓ୍ଵାନ୍ ଷ୍ଟ୍ରେଟ୍ର ଉଭୟ ପାର୍ଶ୍ୱରେ ଥିବା ଚୀନ୍ ଲୋକମାନେ ଗୋଟିଏ ପରିବାର।
ଆମର ରକ୍ତ ସମ୍ପର୍କକୁ କେହି ଭାଙ୍ଗିପାରିବେ ନାହିଁ ଏବଂ ମାତୃଭୂମିର ପୁନର୍ଗଠନର ଐତିହାସିକ ଧାରାକୁ କେହି ଅଟକାଇ ପାରିବେ ନାହିଁ।
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବାର ମାତ୍ର ୩ ସପ୍ତାହ ପୂର୍ବରୁ ସି ଜିନପିଙ୍ଗଙ୍କ ଏହି ବୟାନ ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ସଙ୍କେତ ଦେଉଛି। ଆମେରିକା ହେଉଛି ତାଇୱାନର ସର୍ବବୃହତ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଏବଂ ରଣନୈତିକ ସହଯୋଗୀ।