fbpx

ରାଷ୍ଟ୍ରପତି ପଦ ଛାଡ଼ିବେ ଜିନ୍‌ପିଙ୍ଗ ! ଚୀନ୍‌ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ

ବେଜିଂ : ଚୀନ୍‌ ସୋସିଆଲ୍‌ ମିଡିଆରେ ଏବେ ଗୋଟିଏ ଖବର ସବୁଠି ଚର୍ଚ୍ଚାରେ ରହିଛି । ଖବରଟି ହେଉଛି ଚୀନ୍‌ ରାଷ୍ଟ୍ରତି ସି ଜିନ୍‌ପିଙ୍ଗ ରାଷ୍ଟ୍ରତି ପଦ ଛାଡ଼ିବେ । କରୋନା ମିସ୍‌ ମ୍ୟାନେଜମେଣ୍ଟ ଯୋଗୁଁ ଚୀନ୍‌ରେ ସୃଷ୍ଟ ଆର୍ଥିକ ଦୂରାବସ୍ଥାକୁ ନେଇ ସେ ଏହି ପଦ ଛାଡ଼ୁଥିବା ଏଥିରେ ଦର୍ଶାଯାଇଛି । ସେହି ରି ଜିନ୍‌ପିଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଖବର ବି ସୋସିଆଲ୍‌ ମିଡିଆରେ ବହୁଳ ପ୍ରଚାର ପ୍ରସାର ହେଉଛି । ଏପରିକି କୋଭିଡ୍‌-୧୯ ଆସିବା ପରେ ସେ ବିଦେଶୀ ନେତାଙ୍କୁ ଭେଟିବା ବନ୍ଦ କରିଦେଇଛନ୍ତି । ଶୀତକାଳୀନ ଅଲିମ୍ପିକ୍ସ ଅବସରରେ ବି ସେ ବିଦେଶର କୌଣସି ନେତାଙ୍କୁ ସାକ୍ଷାତ କରିନଥିଲେ । ୨୦୨୦ ସେନଜଙ୍ଗ ପବ୍ଲିକ୍‌ ମିଟିଂକୁ ବି ଜିନ୍‌ପିଙ୍ଗ ବିଳମ୍ବରେ ଆସିଥିଲେ । ସେ ଏହି ବୈଠକରେ ଦେଇଥିବା ଭାଷଣରୁ ତାଙ୍କର ଅସୁସ୍ଥତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ଏଥିରେ ସେ ଧିମା ଭାଷଣ ଦେବା ସହ ବାରମ୍ବାର କାଶୁଥିବା ଦେଖାଯାଇଥିଲା । ବର୍ତ୍ତମାନ ଜିନ୍‌ପିଙ୍ଗ ରାଷ୍ଟ୍ରପତି ଛାଡ଼ିବା ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଚାଲିଛି ।

Get real time updates directly on you device, subscribe now.