fbpx

‘ମୁଁ କଙ୍ଗନାଙ୍କୁ ଖୋଜୁଥିଲି କାରଣ..’, ବଲିଉଡ଼ ଟୁ ପଲିଟିକ୍ସର ବିଷୟରେ କହିଲେ ଚିରାଗ ପାସୱାନ୍

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟୀର ସାଂସଦ ଚିରାଗ ପାସୱାନ୍ ବିଜେପିର ଏମପି କଙ୍ଗନା ରଣାୱତଙ୍କ ସହ ବନ୍ଧୁତ୍ୱକୁ ନେଇ କହିଛନ୍ତି ଯେ, ସେ ସଂସଦରେ ତାଙ୍କୁ ଖୋଜୁଥିଲେ । ବଲିଉଡରୁ ହିଁ ତାଙ୍କ ଦୁଇଜଣଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି, ହେଲେ ଗତ କିଛି ବର୍ଷରୁ ସେ କଙ୍ଗନାଙ୍କୁ ଭେଟିନଥିଲେ, ସେଥିପାଇଁ ସେ କଙ୍ଗନାଙ୍କୁ ଭେଟିବାକୁ ଚାହୁଁଥିଲେ ।

ନ୍ୟୁଜ ଏଜେନ୍ସି ଏଏନଆଇ ସହ ଇଣ୍ଟରଭ୍ୟୁରେ ଚିରାଗ ପାସୱାନ୍ ରାଜନୈତିକ ଏବଂ ବଲିଉଡ ଜର୍ଣ୍ଣି ସହ କଙ୍ଗନା ରଣାୱତଙ୍କ ସହ ନିଜ ବନ୍ଧୁତ୍ୱ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, କଙ୍ଗନା ଇଜ ଏ ଗୁଡ ଫ୍ରେଣ୍ଡ। ବଲିଉଡରେ କିଛି ହେଲା କି ନ ହେଲା, ହେଲେ କଙ୍ଗନାଙ୍କ ସହ ଏକ ଭଲ ସାଙ୍ଗ ହୋଇଛି । ସେ ବହୁତ ଭଲ ଥିଲେ । ମୁଁ ସଂସଦରେ ତାଙ୍କୁ ଖୋଜୁଥିଲି, ତାଙ୍କୁ ଭେଟିବା ପାଇଁ । ଗତ ୨ରୁ ୩ ବର୍ଷରେ ମୁଁ ବହୁତ ବ୍ୟସ୍ତ ଥିଲୁ କାରଣ କନେକସନ ଭାଙ୍ଗିଯାଇଥିଲା ।

ସେ ଆଗକୁ କହିଛନ୍ତି ଯେ, ଅଧିକ ସମୟରେ ସେ ପଲିଟିକ୍ସରେ ଭଲ ନଥିଲେ, ହେଲେ ତାଙ୍କୁ ଏହା ଜଣାଥିଲା ଯେ, କାହାକୁ କେଉଁଠାରେ କେଉଁ କଥା କହିବେ । ବର୍ତ୍ତମାନ ସେ ପଲିଟିକାଲୀ ଭଲ କି ଖରାପ ହୁଅନ୍ତୁ କି ନ ହୁଅନ୍ତୁ ହେଲେ ସେ ଡିବେଟେବଲ ହୋଇପାରନ୍ତି, ହେଲେ ଏହା ତାଙ୍କର ୟୁଏସପି ଅଟେ ଏବଂ ସେଥିପାଇଁ ଆମେ ସମସ୍ତେ ତାଙ୍କୁ ପସନ୍ଦ କରୁଛୁ ।

ବଲିଉଡ ଜର୍ଣ୍ଣି କଥା କହି ଚିରାଗ କହିଛନ୍ତି ଯେ, ତାହା ଅଲଗା ଟାଇମ ଥିଲା । ଜଣାନଥିଲା ତାହା ନୁହେଁ ଯେ, କଷ୍ଟ ଥିଲା କି ସହଜ ଥିଲା, ହେଲେ ଭିନ୍ନ ସମୟ ଥିଲା । ସେ କହିଛନ୍ତି ଯେ, ମୋ ଫ୍ୟାମିଲିରୁ ଯଦି କୌଣସି ବଲିଉଡରେ ନଥିଲେ । ଏଥିରେ ମୁଁ ପ୍ରଥମ ଜେନେରେସନ ଥିଲି, ଯିଏ ବଲିଉଡରେ ପାଦ ରଖିଥିଲା, ହେଲେ ଖୁବ ଶିଘ୍ର ମୋତେ ଅନୁଭବ ହୋଇଗଲା ଏହି ଡିଜାଷ୍ଟର । ଦେଶକୁ ଜଣାପଡିବା ଆଗରୁ ମୋତେ ପ୍ରଥମେ ଅନୁଭବ ହୋଇଯାଇଥିଲା ଯେ, ମୁଁ ଡିଜାଷ୍ଟର କରୁଛି ।

Get real time updates directly on you device, subscribe now.