fbpx

କଙ୍ଗନାଙ୍କ ସ୍ୱାମୀ ହେବେ ବିକ୍ରମ! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ଗତବର୍ଷ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ସୀତା: ଦ ଇନକାର୍ନେଶନ’ର ଘୋଷଣା କରାଯାଇଥିଲା । ଉକ୍ତ ପ୍ରୋଜେକ୍ଟ ଆନାଉନ୍ସ କରି କଙ୍ଗନା ସମସ୍ତଙ୍କୁ ସରପ୍ରାଇଜ୍ ଦେଇଥିଲେ । ଭାରତୀୟ ମାଇଥୋଲୋଜିର ସବୁଠାରୁ ପ୍ରସିଦ୍ଧ ମହିଳାଙ୍କର ଭୂମିକାକୁ ପରଦାରେ ଦେଖିବା ନେଇ ଫ୍ୟାନ୍ସ ବହୁତ ଉତ୍ସୁକ ରହିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଫିଲ୍ମକୁ ନେଇ କିଛି ଖବର ସାମ୍ନାକୁ ଆସିନଥିଲା ।

ତେବେ ଏହା ମଧ୍ୟରେ ‘ସୀତା’ ଫିଲ୍ମକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ‘ସୀତା’ ଫିଲ୍ମରେ କଙ୍ଗନାଙ୍କର ରାମ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଇକନିକ ଚେହେରା ଚିୟାନ ବିକ୍ରମ । ବର୍ତ୍ତମାନ ସମୟରେ ବିକ୍ରମ ଜନତାଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମଣି ରତ୍ନମଙ୍କ ପିରିୟଡ଼ ଡ୍ରାମା ଫିଲ୍ମ ‘ପୋନ୍ନିୟିନ ସେଲଭନ-୧ (ପିଏସ-୧)ରେ ଚୋଲ ଯୁବରାଜ ଆଦିତ୍ୟ କରିକାଲନ ଭୂମିକା ନିଭାଇ ବିକ୍ରମ ବହୁତ ପ୍ରଶଂସା ସାଉଁଟୁଛନ୍ତି ।

ତେବେ ଯଦି ସବୁକିଛି ଠିକଠାକ ହୁଏ, ତେବେ ବିକ୍ରମ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭୂମିକା ନିଭାଇବେ । ଏନେଇ ‘ସୀତା’ର ଡାଇରେକ୍ଟର ଅଲୌକିକ ଦେଶାଈ ବିକ୍ରଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ଦେଶାଈ ‘ପିଏସ-୧’ର ଷ୍ଟାର ବିକ୍ରମଙ୍କ ସହ ସାକ୍ଷାତ ବେଳର ଏକ ଫଟୋ ଟ୍ୱିଟରରେ ଶେୟାର କରିଛନ୍ତି । ବିକ୍ରମଙ୍କ ସହ ସାକ୍ଷାତ ପରେ ବହୁତ କିଛି ଶିଖିବାକୁ ମିଳିଲା ଓ ଜଣେ ବିନମ୍ର ଓ ଶକ୍ତିସମ୍ପନ୍ନ ବ୍ୟକ୍ତି ବୋଲି ଦେଶାଈ ଲେଖିଛନ୍ତି ।

Get real time updates directly on you device, subscribe now.