fbpx

ରକ୍ତକୁ ଶୁଦ୍ଧ କରେ କଲରା, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କ’ଣ ମିଳେ ଲାଭ

ରକ୍ତକୁ ସଫା କରିବାରେ କଲରାର ସବୁଠାରୁ ଅଧିକ ମହତ୍ୱ ରହିଛି । ଆୟୁର୍ବେଦରେ କଲରାର ଅନେକ ଉପକାର ମଧ୍ୟ ରହିଛି । ତେବେ ଏହାର ତିକ୍ତ ସ୍ୱାଦ ଯୋଗୁଁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏନେଇ ଜଣେ ମାଷ୍ଟର ସେଫ କଲରାର ତିକ୍ତତାକୁ ଦୂର କରିବା ପାଇଁ କିଛି ସହଜ ଉପାୟ ଦେଇଛନ୍ତି । ଯାହା ସାହାଯ୍ୟରେ ଆପଣ ନିଜ ଡାଏଟରେ କଲରାକୁ ତରକାରୀ ଭାବରେ ପ୍ରସ୍ତୁତ କରି କିମ୍ବା ଅନ୍ୟ ଉପାୟରେ ଏହାକୁ ସାମିଲ କରିପାରିବେ ।

ତେବେ ଆସନ୍ତୁ ଜାଣିବା କଲରାର ଖାଇବା ଦ୍ୱାରା କ’ଣ ମିଳେ ଲାଭ : 
ରକ୍ତ ଶୁଦ୍ଧ କରେ:
କଲରାକୁ ପ୍ରାକୃତିକ ରକ୍ତ ବିଶୋଧନକାରୀ ବୋଲି କୁହାଯାଏ । ଏଥିରେ ଭରପୂର ମାତ୍ରାରେ ଭିଟାମିନ ମିଳିଥାଏ ଯାହା ରକ୍ତ ସଫା ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ମିଳିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ବ୍ଲଡପ୍ରେସର ପାଇଁ ଲାଭଦାୟକ କଲରା:
କଲରାରେ ଥିବା ପୋଟାସିୟମ ଆମ ଶରୀରର ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ନ୍ୟୁରୋଟ୍ରାନ୍ସମିସନ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ ହୋଇଥାଏ । ସେଥିପାଇଁ କଲରାକୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ ।

ଡାଇବେଟିସ ପାଇଁ ରାମବାଣ:
କଲରାରେ ଥିବା କେରେଣ୍ଟିନ ଉପାଦାନ ଶରୀରର ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ପଲିପେପ୍ଟାଇଡ ମଧ୍ୟ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରରେ ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଇନସୁଲିନ୍ ପରି କାମ କରେ ।

 

 

Get real time updates directly on you device, subscribe now.