fbpx
BSKY
BJD MC SKY
BJD MS SKY

ଏଥର ୮ ଦିନ ଧରି ଚାଲିବ ବାଲିଯାତ୍ରା; ସାମିଲ ହେବେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ

କଟକ: ଓଡ଼ିଶା ଭାସ୍କର ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା । ଏଥର ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମହାନଦୀ ପଠାରେ ଆଠ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳା ଚାଲିବ । ଯେଉଁଥିରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ ର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.