fbpx

(Video) ଦେଖନ୍ତୁ ବିଶ୍ୱର ସବୁଠାରୁ ବଡ଼ କଖାରୁ….ଯାହାକୁ ଟେକିବାକୁ ମଣିଷ ବଦଳରେ କ୍ରେନର ଆବଶ୍ୟକ ପଡୁଛି

ଓଡିଶା ଭାସ୍କର; କଖାରୁ ହେଉଛି ଏମିତି ଏକ ପରିବା ନାମ ଯାହାକୁ ପ୍ରାୟ ସମସ୍ତେ ଜାଣନ୍ତି । ଏହି ପରିବାଟି ସାଧାରଣତଃ ବିଭିନ୍ନ ଦେଶ ମାନଙ୍କରେ ଫଳିଥାଏ । ତେବେ ଏହାର ଓଜନ ଆପଣ ୧୦ ରୁ ୧୫ କେଜି ଭିତରେ ଦେଖିବାକୁ ପାଈଥିବେ । ହେଲେ ଆପଣ କେବେ ବିଶ୍ୱର ସବୁଠାରୁ ଏକ ବଡ଼ କଖାରୁକୁ ଦେଖିଛନ୍ତି କି, ଯାହାର ଓଜନ ୧,୨୪୬.୯ କିଲୋଗ୍ରାମ ରହିଛି । କଥାଟା ଟିକିଏ ଆପଣକୁ ଅଡୁଆ ଲାଗୁଥିଲେ ବି ଏହା ନିରାଠ ସତ କଥା। ତେବେ ଏହି ୧,୨୪୬.୯ କିଲୋଗ୍ରାମର ଓଜନିଆ କଖାରୁକୁ ଗିନିଜ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ମଧ୍ୟ ଦିଆଯାଇଛି।

ସୂଚନା ଥାଉକି, ସାନ ଫ୍ରାନ୍ସିସ୍କୋର ଦକ୍ଷିଣରେ ଥିବା ହାଫ ମୁନ୍ ବେ’ରେ ୫୦ ତମ ବିଶ୍ୱ ଚାମ୍ପିଅନସିପ୍ “ପମ୍ପକିନ ୱେଟ-ଅଫ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନେକ ଜଣ ସେମାନେ ଫଳେଇଥିବା ନିଜର କଖାରୁକୁ ପ୍ରଦର୍ଶନ କରିବା ପାଇଁ ପ୍ରତିଯୋଗିତାକୁ ଆଣିଥିଲେ । ଜଣଙ୍କ ପରେ ଜଣେ ନିଜ ନିଜର କଖାରୁକୁ ପ୍ରଦର୍ଶନ କରି ମଞ୍ଚ ଉପରେ ତାହାର ଓଜନକୁ ମାପିଥିଲେ । ଏଥିରେ ଅନୋକା ସହରର ଜଣେ ଉତ୍ସର୍ଗୀକୃତ ଉଦ୍ୟାନ କୃଷି ଶିକ୍ଷକ ଟ୍ରାଭିସ୍ ଜିଆନର୍ ଶେଷରେ ସମସ୍ତଙ୍କ ରେକର୍ଡକୁ ଭାଙ୍ଗିଥିଲେ । ଏହି ୪୩ ବର୍ଷୀୟ ଶିକ୍ଷକ ନିଜର ଉଦ୍ୟାନରେ ବିଶ୍ୱର ସବୁଠାରୁ ବଡ଼ ବା ଓଜନିଆ କଖାରୁ ଫଳାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଯାହାର ଓଜନ ୧,୨୪୬.୯ କିଲୋଗ୍ରାମ ରହିଥିବା ବେଳେ ବର୍ତ୍ତମାନ ତାହା ଗିନିଜ ୱାର୍ଲ୍ଡ ରେକର୍ଡସ (GWR)ରେ ସ୍ଥାନ ପାଇଛି ।

ଏହା ସହିତ, ସୋସିଆଲ ମିଡିଆରେ GWR ଉକ୍ତ ପ୍ରତିଯୋଗିତାର ଭିଡିଓ ମଧ୍ୟ ସେୟାର କରିଛି । ଯେଉଁଠାରେ ଆପଣ ଏକ କ୍ରେନ୍ ସାହାଯ୍ୟରେ ଏହି ବିରାଟ କଖାରୁ ଉଠାଯାଇଥିବା ଦେଖିବାକୁ ପାଇବେ । ତେବେ ଏହାକୁ ଓଜନ କରିବା ପାଇଁ ରଖାଯାଇଥିବାବେଳେ, ଜିଆନର୍ ପ୍ରତିଯୋଗିତାରେ ବିଜୟ ହାସଲ କରି ଉତ୍ସାହିତ ହୋଇ ଡେଇଁ ଉଠିଥିଲେ । ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଉକ୍ତ କଖାରୁକୁ ଦେଖୁଥିବା ବେଳେ ଏହାର ଓଜନ ୧,୨୪୬.୯ କିଲୋଗ୍ରାମ ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.