fbpx
BSKY
BJD MC SKY
BJD MS SKY

ଜୋମାଟୋ ଓ ମାକ୍ ଡୋନାଲ୍ଡ ଉପରେ ଲାଗିଲା ୧ ଲକ୍ଷ ଟଙ୍କାର ଜୋରିମାନା; ଖାଦ୍ୟ ଡେଲିଭରୀ ସମୟରେ କରିଥିଲେ ଏହି ଭୁଲ୍‌, ଆପଣ ବି ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍‌ରେ ଖାଦ୍ୟପଦାର୍ଥ ମଗାଇବା ଏକ ସାଧାରଣ କଥା ହୋଇଗଲାଣି । ଅନଲାଇନ୍ ଫୁଡ୍ ଡେଲିଭରୀ ଆପ୍ ମାଧ୍ୟମରେ ଆଜିକାଲି ବହୁ ଲୋକ ସହଜରେ ଖାଦ୍ୟ ମଗାଉଛନ୍ତି । ଆପଣ ବି ଏହି ଆପ୍ ଜରିଆରେ ଖାଦ୍ୟ ମଗାଉଥିଲେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣଙ୍କୁ ଭୁଲ୍ ଖାଦ୍ୟ ଡେଲିଭରୀ ହୋଇଯାଇପାରେ ।

ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ ଓ ଫାଷ୍ଟଫୁଡ୍ ସେକ୍ଟର ମାକ୍ ଡୋନାଲ୍ଡ ଉପରେ ଲାଗିଛି ୧ ଲକ୍ଷ ଟଙ୍କାର ଜୋରିମାନା । ଭୁଲ୍ ଖାଦ୍ୟ ଡେଲିଭରୀ କରିଥିବାରୁ ଏହି ଜୋରିମାନା ଲାଗିଛି । ଜୋମାଟୋ ଓ ମାକ୍ ଡୋନାଲ୍ଡ ଶାକାହାରୀ ଭୋଜନ ପରିବର୍ତ୍ତେ ମାଂସାହାରୀ ଭୋଜନ ଡେଲିଭର କରିଥିଲେ । ଏହାକୁ ନେଇ ଉପଭୋକ୍ତା ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣୀ କରି କୋର୍ଟ ଦୁଇ କମ୍ପାନୀ ଉପରେ ଭୁଲ୍ ଖାଦ୍ୟ ଡେଲିଭର କରିଥିବା ଦୋଷରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ଏହା ସହିତ ମୋକଦ୍ଦମା ଖର୍ଚ୍ଚ ଆକାରରେ ୫,୦୦୦ଟଙ୍କା ଅତ୍ୟଧିକ ଜୋରମାନା ବି ଲଗାଇଛନ୍ତି ।

ଯେ।ଧପୁରର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ମଞ୍ଚ ଉଭୟ କମ୍ପାନୀ ଉପରେ ଏହି ଜୋରିମାନା ଲଗାଇଛନ୍ତି । ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ର ଉଲଙ୍ଘନକୁ ନେଇ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ମାକ୍ ଡୋନାଲ୍ଡ ଜରିଆରେ ଏହି ଅର୍ଡର ଡେଲିଭରୀ କରାଯାଇଥିଲା । ଉପଭୋକ୍ତା ଅଦାଲତ କହିଛନ୍ତି ଜୋରିମାନା ଅର୍ଥ ଓ ମୋକଦ୍ଦମା ଖର୍ଚ୍ଚ ଜୋମାଟୋ ଓ ମାକଡୋନାଲ୍ଡ ମିଳିତ ଭାବରେ ପଇଠ କରିବେ ।

Get real time updates directly on you device, subscribe now.