fbpx

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍ ହିପକିନ୍ସ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କ୍ରିସ ହିପକିନ୍ସ । ତେବେ ସେ ଅଧିକ ଉତ୍ସାହିତ ଓ ଶକ୍ତିଶାଳୀ ଅନୁଭବ କରୁଥିବା କାର୍ଯ୍ୟଭାର ଗ୍ରହଣ କରିବା ପରେ କରିଛନ୍ତି ୪୪ ବର୍ଷୀୟ କ୍ରିସ୍ । ନିକଟରେ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେବା ପାଇଁ ଅଚାନକ ଘୋଷଣା କରିଥିଲେ ଜେସିଣ୍ଡା ଆରଡର୍ଣ୍ଣ । ଏହାପରେ ଲେବର ପାର୍ଟି ପକ୍ଷରୁ ପିଏମ୍ ପଦ ପାଇଁ କ୍ରିସଙ୍କୁ ଦଳର ନୂଆ ନେତା ଭାବେ ସର୍ବସମ୍ମତି କ୍ରମେ ବଛା ଯାଇଥିଲା ।

ଜେସିଣ୍ଡାଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କ୍ରିସ । କ୍ରିସଙ୍କୁ ଦେଶର ଗଭର୍ଣ୍ଣର ଜେନେରାଲ ୱେଲିଙ୍ଗଟନଠାରେ ଶପଥ ପାଠ କରାଇଛନ୍ତି । ତେବେ ଆଗକୁ ତାଙ୍କ ପାଇଁ ବଡ଼ କର୍ତ୍ତବ୍ୟ କରିବାକୁ ଅଛି । ସେଥିପାଇଁ ଚ୍ୟାଲେଞ୍ଜକୁ ଗ୍ରହଣ କରିବା ପାଇଁ ସେ ଅଧିକ ଉତ୍ସାହିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏପରି କହିଛନ୍ତି କ୍ରିସ ।

ବର୍ତ୍ତମାନ ରେମୁଟାକାରୁ ସଂସଦ ରହିଛନ୍ତି କ୍ରିସ । ସେ ଜାତୀୟ ସୁରକ୍ଷା, ଇଣ୍ଟେଲିଜେନ୍ସ ଓ ମନ୍ତ୍ରୀ ସେବା ଦାୟିତ୍ୱ ମନ୍ତ୍ରୀ ରହିଛନ୍ତି । ସେ ଗତ କୋଭିଡ-୧୯ ମହାମାରୀ ସମୟରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁଦାୟିତ୍ୱ ବହନ କରିଥିଲେ । ସେ ଗତ ୨୦୦୮ରେ ପାର୍ଲାମେଣ୍ଟକୁ ଯାଇଥିଲେ ଓ ୨୦୧୩ରେ ଶିକ୍ଷା ମୁଖପତ୍ର ଭାବେ ନିଯୁକ୍ତି ପାଇଥିଲେ । ତେବେ ହିପକିନ୍ସ ଭୋଟରଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ନେତା ବୋଲି ସ୍ଥାନୀୟ ମିଡ଼ିଆ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । କ୍ରିସଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ିବା ସହିତ ଦେଶ ବିକାଶ ପଥରେ ଅଗ୍ରସର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.