fbpx

(Video) ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ଆଲିଆ-ରଣବୀର, ଦେଖାଇଲେ ଝିଅ ରାହାର ମୁହଁ

Advertisement

ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖ୍ରୀଷ୍ଟମାସରେ ଫ୍ୟାନ୍ସମାନଙ୍କୁ ଏକ ବଡ଼ ସରପ୍ରାଇଜ ଦେଇଛନ୍ତି । କପଲ ନିଜ ଲାଡଲୀ ରାହାଙ୍କ ଚେହେରା ଦେଖାଇଛନ୍ତି । ଫ୍ୟାନ୍ସମାନେ ତାଙ୍କ ଛୋଟ ରାଜକୁମାରୀଙ୍କ ଫେସ ଦେଖିବାକୁ ବହୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ବର୍ତ୍ତମାନ ଏହି ଦମ୍ପତ୍ତି ସେମାନଙ୍କ ୱିସ ପୂରଣ କରିଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର ଏବଂ ଆଲିଆ ପ୍ରଥମ ଥର ନିଜ ଝିଅକୁ ନେଇ ମିଡିଆ ସାମ୍ନାକୁ ଆସିଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ, ରଣବୀର ଏବଂ ଆଲିଆ ରାହାକୁ କୋଳରେ ଧରି ସମସ୍ତଙ୍କୁ ପରିଚିତ କରାଉଛନ୍ତି । ସେହିପରି ରାହା ତାଙ୍କ ବାପାଙ୍କ କୋଳରେ ଶାନ୍ତ ରହିବା ଦେଖାଦେଇଛି ।

ଆଲିଆ ମଧ୍ୟ ମିଡିଆ ସାମ୍ନାରେ ଝିଅ ରାହାକୁ ସମସ୍ତଙ୍କୁ ପରିଚିତ କରାଇବା ବେଳେ ଅତ୍ୟନ୍ତ ଖୁସି ଅଛନ୍ତି । ତେବେ ରାହାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତ ଦର୍ଶକ ଏନେଇ ଅନେକ ଖୁସି ବ୍ୟକ୍ତ କରି ଭିଡିଓ ତଳେ କମେଣ୍ଟ ଦେଉଛନ୍ତି । ଏହି ଭିଡିଓଟି ଇନଷ୍ଟାଗ୍ରାମର ମାନଭ.ମଙ୍ଗଲାନିଙ୍କ ଆଇଡିରେ ଛଡାଯାଇଛି ।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.