fbpx

ନାଗରିକତା ସଂଶୋଧନ ଅଧିନିୟମ(CAA) ନେଇ ଆସିଲା ବଡ ଖବର, ଆଜି ରାତିରୁ ଲାଗୁ ହେବ ନିୟମ!

ନୂଆଦିଲ୍ଲୀ:କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଅଧିନିୟମ (CAA) ୨୦୧୯ ର ନିୟମ ଖୁବ୍ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଅର୍ଥାତ୍ ସୋମବାର ରାତିରେ ସିଏଏ ନିୟମ ଲାଗୁ କରାଯିବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହା ବଡ ପଦେକ୍ଷେପ । ଗୃହ ମନ୍ତ୍ରଣାଳୟ ଆଦର୍ଶ ଆଚାର ସଂହିତା ଲାଗୁ ହେବା ପୂର୍ବରୁ ଆଜି କୌଣସି ବି ସମୟରେ ସିଏଏ ନିୟମକୁ ଅଧିସୂଚୀତ କରାଯାଇପାରେ ।

ଏହି ନିୟମ ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶରୁ ଭାରତରେ ରହୁଥିବା ଅଳ୍ପସଂଖ୍ୟକଙ୍କ ଭାରତୀୟ ନାଗରିକତା ଆବେଦନକୁ ସୁନିଶ୍ଚିତ କରିବ । ଏଥିପାଇଁ କିଛି ସମୟ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି । ପଡୋଶୀ ଦେଶରୁ ଆସିଥିବା ବିସ୍ଥାପିତ ମାନେ କେବଳ ଏହି ପୋର୍ଟାଲରେ ଅନଲାଇନରେ ଆବେଦନ କରିବେ ଓ ଗୃହ ମନ୍ତ୍ରଣାଳୟ ଏହାର ଯାଞ୍ଚ କରି ନାଗରିକତା ପ୍ରଦାନ କରିବ ।

CAA ନିୟମ ଅନୁସାରେ ନାଗରିକତା ପ୍ରଦାନର ପୁରା ଅଧିକାର କେନ୍ଦ୍ର ପାଖରେ ରହିବ । ଏହି CAAଜରିଆରେ ଆଫଗାନିସ୍ତାନ, ପାକିସ୍ତାନ, ବାଙ୍ଗଲାଦେଶରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଆସିଥିବା ୬(ହିନ୍ଦୁ, ଇସାଇ, ଶିଖ, ଜୈନ, ବୌଦ୍ଧ, ପାର୍ସି) ଅଳ୍ପସଂଖ୍ୟକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବାର ପ୍ରାବଧାନ ରହିଛି ।

Get real time updates directly on you device, subscribe now.