fbpx
BSKY
BJD SHG SKY
BJD MC SKY

ଶ୍ରମିକ ହନ୍ତସନ୍ତ; ୧୫ରେ ବନ୍ଦ ଡାକରା ଦେଲେ ବାମପନ୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ ଯୋଗୁଁ ସାଧାରଣ ଜନତା ଦରମରା ହୋଇଗଲେଣି । ଏଭଳି ସ୍ଥିତିରେ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କଲବଲ କରସାରିଲାଣି । ସେହିପରି ବିଭିନ୍ନ କାରଣ ଯୋଗୁଁ ଶ୍ରମିକମାନେ ହନ୍ତସନ୍ତ ହେଉଛନ୍ତି । ଏସବୁର ତୀବ୍ର ପ୍ରତିବାଦ କରିଛନ୍ତି ବାମପନ୍ଥୀ ଦଳଗୁଡ଼ିକ । ଏଥିସହ ତୁରନ୍ତ ସମସ୍ୟା ସମାଧାନ ଦାବିରେ ଆସନ୍ତା ୧୫ ତାରିଖ ବନ୍ଦ ଡାକରା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ସାରା ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରବୃଦ୍ଧି ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆଶାତୀତ ଭାବେ ବୃଦ୍ଧି ପାଇଛି । ଏଥିପାଇଁ ସିଆଇଟିୟୁ (ସିଟୁ) ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି । ଡିଜେଲ ଦର ବୃଦ୍ଧି ଯୋଗୁ ସମସ୍ତ ସାମଗ୍ରୀର ଦର ବଢ଼ିବା ସହିତ ଯାନବାହାନ ଭଡ଼ା ମଧ୍ୟ ବଢ଼ିଚାଲିଛି । ଫଳରେ କରୋନା ମହାମାରୀ ସମୟରେ ଲୋକଙ୍କ ରୋଜଗାର କମିଛି ଏବଂ ଖର୍ଚ୍ଚ ପାଇଁ ନୟାନ୍ତ ହୋଇପଡ଼ିଲେଣି । ସେପଟେ ବଡ଼ ବଡ଼ କମ୍ପାନିଗୁଡ଼ିକ ମୁନାଫା ବଢ଼ିବାରେ ଲାଗିଛି । ତେଣୁ ଦରବୃଦ୍ଧିକୁ ବିରୋଧ କରି ରାଜ୍ୟର ବାମପନ୍ଥୀ ଦଳମାନେ ଜୁଲାଇ ୧୫ ତାରିଖ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି । ସିଆଇଟିୟୁ ଏହାକୁ ସମର୍ଥନ ଜଣାଇବା ସହ କର୍ମୀମାନେ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଘୋଷଣା କରିଛି ।

ସିଟୁ ଦାବି କରିଛି ଯେ, ଡିଜେଲ-ପେଟ୍ରୋଲ ଉପରୁ ଅନ୍ୟ ସବୁ ପ୍ରକାର ଟିକସ ପ୍ରତ୍ୟାହାର କରି ଜିଏସଟି ଲାଗୁ କରାଯାଉ । ସେହିପରି ସଂକଟ କାଳରେ କାମ କରି ଶ୍ରମିକମାନଙ୍କୁ ପ୍ରାପ୍ୟ ମିଳୁନି ଓ ଅନେକ ଶ୍ରମିକଙ୍କୁ କାମରୁ ବାହାର କରିଦିଆଯାଇଥିବାରୁ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଖାଲି ସେତିକି ନୁହେଁ ଅନେକ ୟୁନିଅନର ରେଜିଷ୍ଟ୍ରେସନକୁ ଶ୍ରମ ବିଭାଗ ତୁରନ୍ତ କାର୍ଯ୍ୟକାରୀ କରାଇବାକୁ ସିଟୁ ସଭାପତି ଜନାର୍ଦ୍ଦନ ପତି ଓ ଅନ୍ୟମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.