fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ହେବ ଶିକ୍ଷାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନରେ ବିଶେଷ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି । ଏଣିକି ନିଜ ନିଜ ଗାଁରେ ଛାତ୍ରଛାତ୍ରୀଙ୍କୁ ପଢାଇବେ ଶିକ୍ଷକ । ନେଟୱାର୍କ ନଥିବା ସ୍ଥାନରେ ଶିକ୍ଷକ ପହଞ୍ଚି ପାଠ ପଢ଼ାଇବେ । ଅନଲାଇନରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କ ପାଖକୁ ଯିବେ ଶିକ୍ଷକ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଖୁବଶୀଘ୍ର ରାଜ୍ୟରେ ‘ମୋହଲ୍ଲା କ୍ଲାସ’ର ଘୋଷଣା ହୋଇପାରେ ।

ତେବେ କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ଅଫଲାଇନ୍ କ୍ଲାସ୍ ସମ୍ଭବ ନଥିବାରୁ ସରକାର ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେଇଥିଲେ । କିନ୍ତୁ ଅନଲାଇନରେ ଅନେକ ସମସ୍ୟା ପରିଲକ୍ଷିତ ହେଉଛି । କେଉଁ ସ୍ଥାନରେ ନେଟୱାର୍କ ରହୁନି ତ ଆଉ କେଉଁଠାରେ ପିଲାଙ୍କୁ ମୋବାଇଲ କିଣିବାକୁ ଅର୍ଥ ବାଧକ ସାଜିଛି । ଏଭଳି ପରିସ୍ଥିତିରେ ଅନଲାଇନ୍ ପାଠପଢ଼ା ବି ଫେଲ ହୋଇଛି । ଫଳରେ ରାଜ୍ୟ ସରକାର ‘ମୋହଲ୍ଲା କ୍ଲାସ’ ଆରମ୍ଭ କରିବାକୁ ଯୋଜନା ଚଳାଇଛନ୍ତି ।

Get real time updates directly on you device, subscribe now.