fbpx

ଯଦି ହିନ୍ଦୀ ଭାଷାରେ ଆଇନ ଶିକ୍ଷା ଦିଆଯାଏ ତେବେ ଛୋଟ ସହରର ଛାତ୍ରମାନେ ମଧ୍ୟ ହୋଇପାରିବେ ଭଲ ଓକିଲ: CJI ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଆଇନ ଶିକ୍ଷା ହିନ୍ଦୀରେ ଉପଲବ୍ଧ କରିବା ପାଇଁ କହିଛନ୍ତି । ସେ କହିଛନ୍ତି ଯେ, ହିନ୍ଦୀରେ ଯଦି ଆଇନ ଶିକ୍ଷା ଦିଆଯିବ ଛୋଟ ସହରରେ ମଧ୍ୟ ଛାତ୍ରମାନେ ଭଲ ଓକିଲ ହୋଇପାରିବେ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଶୁକ୍ରବାର ଦିନ ରାଷ୍ଟ୍ରୀୟ ବିଧି ବିଶ୍ୱବିଦ୍ୟାଳୟର ଉଦଘାଟନ ଅବସରରେ ସେ ଏହି କଥା କହିଛନ୍ତି ।

ନୂଆ ବିଶ୍ୱବିଦ୍ୟାଳୟ ଆଇନ ଶିକ୍ଷା କ୍ଷେତ୍ରରେ ନୂତନ ଦିଗ ପ୍ରତିଷ୍ଠା କରିବ ବୋଲି ସିଜେଆଇ ଆଶା ପ୍ରକଟ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆଇନର ଶିକ୍ଷା ଇଂରାଜୀ କହୁଥିବା ମନୋନୀତ ସହରାଞ୍ଚଳରେ ସୀମିତ ରହିବା ଉଚିତ ନୁହେଁ । ଏଥିରେ ଇଂରାଜୀ ଭାଷା ପ୍ରତିବନ୍ଧକ ହେବା ଆବଶ୍ୟକ ନୁହେଁ । ଟେକନିକ ସହଯୋଗରୁ ବଞ୍ଚିତ ଛାତ୍ରମାନେ ସବୁ କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ ।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆଇନ ଶିକ୍ଷାର ଉଦ୍ଦେଶ୍ୟ ଛାତ୍ରମାନଙ୍କ ମଧ୍ୟରେ ଫ୍ରଫେସନାଲ ସ୍କିଲ ସହିତ ହିଁ ଜଣେ ଦାୟିତ୍ୱବାନ ନାଗରିକ ଭାବେ ସମାଜସେବାର ଭାବ ଜନ୍ମ କରିବା ଆବଶ୍ୟକ । ଏହା ସେତେବେଳେ ସମ୍ଭବପର ଯେତେବେଳେ ଆଇନ ସ୍କୁଲ ଆନ୍ତଃବିଭାଗୀୟ ଏବଂ ବିବିଧ ଶିକ୍ଷାକୁ ପ୍ରୋତ୍ସାହିତ କରେ । ଆଇନ ଛାତ୍ରମାନଙ୍କୁ ସମାଜ ଶାସ୍ତ୍ର, ରାଜନୀତି ଶାସ୍ତ୍ର, ଅର୍ଥଶାସ୍ତ୍ର, ଦର୍ଶନ ପରି ବିଷୟର ଜ୍ଞାନ ମଧ୍ୟ ଆବଶ୍ୟକ । ଆଇନ ବିଦ୍ୟାଳୟ ପିଲାମାନଙ୍କୁ ଆଇନ ବ୍ୟବସାୟର ଚରିତ୍ର ପରି ଗଢିଥାଏ । ଶିକ୍ଷା ସମାଜରେ ସମାନତାର ମୂଳଦୁଆ ପକାଇଥାଏ । ନୂତନ ଉଦୀୟମାନ ମହାକାଶ ଆଇନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ଆଲୋଚନା କେବଳ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସୀମିତ ରହିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.