fbpx

ଦେଶର ସମସ୍ତ ହାଇକୋର୍ଟ ୩ ମାସ ମଧ୍ୟରେ ଅନଲାଇନ୍ RTI Portal ସ୍ଥାପନ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ହାଇକୋର୍ଟରେ ଅନଲାଇନ୍ ସୂଚନା ଅଧିକାର (ଆରଟିଆଇ) ପୋର୍ଟାଲ ଦାବି ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଶୁଣାଣି କରିଥିଲେ । ଦେଶର ସମସ୍ତ ହାଇକୋର୍ଟରେ ୩ ମାସ ମଧ୍ୟରେ ଅନଲାଇନ୍ ଆରଟିଆଇ ପୋର୍ଟାଲ ସ୍ଥାପନ କରିବାକୁ ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି ।

ସିଜେଆଇ କହିଛନ୍ତି, ଆରଟିଆଇ ଅଧିନିୟମ ଅନୁଯାୟୀ ସମସ୍ତ ନାଗରିକଙ୍କର ଲିଖିତ ବା ଇଲେକ୍ଟ୍ରୋନିକ ମାଧ୍ୟମରେ ଆବେଦନ କରିବାର ଅଧିକାର ରହିଛି । ଇଲେକ୍ଟ୍ରୋନିକ ମାଧ୍ୟମରେ ଆବେଦନ ପଠାଇବା ଆରଟିଆଇ ଆବେଦନକାରୀଙ୍କ ବୈଧାୟନିକ ଅଧିକାର ଅଟେ । ଅନଲାଇନ ସୁବିଧା ଆରଟିଆଇ ଅଧିନିୟମର ଉଦ୍ଦେଶ୍ୟକୁ ବହୁମାତ୍ରାରେ ସହଜ କରିଦେବ । ଆମେ ଏହା ଆରମ୍ଭ କରିସାରିଛୁ । ସମସ୍ତ ହାଇକୋର୍ଟଗୁଡ଼ିକ ଆରଟିଆଇ ପୋର୍ଟାଲ କାହିଁକି ସ୍ଥାପିତ କରୁନାହାନ୍ତି?

ଆରଟିଆଇ ଅଧିନିୟମ, ୨୦୦୫ ଲାଗୁ ହେବାର ୧୭ ବର୍ଷ ପରେ ଅନଲାଇନ୍ ଆରଟିଆଇ ପୋର୍ଟାଲ ସ୍ଥାପନ କରାନଯିବା ଠିକ୍ ନୁହେଁ । ଏହି ମାମଲାରେ ୧୭ଟି ରାଜ୍ୟ ପକ୍ଷରୁ ଜବାବ ଦାଖଲ କରାଯାଇଛି । କିଛି ରାଜ୍ୟ ସୁବିଧା ପାଇଁ ଅପେକ୍ଷା କରି ରହିଥିବା ବେଳେ ଆଉ କିଛି ରାଜ୍ୟ ଏହି ପ୍ରକ୍ରିୟାରେ ରହିଛନ୍ତି । ଦିଲ୍ଲୀ, ଓଡ଼ିଶା ଓ ମଧ୍ୟପ୍ରଦେଶର ହାଇକୋର୍ଟ ଅନଲାଇନ୍ ଆରଟିଆଇ ପୋର୍ଟାଲ ସ୍ଥାପନ କରିସାରିଛନ୍ତି । ମାତ୍ର କୌଣସି ବି ହାଇକୋର୍ଟ ନିମ୍ନ ନ୍ୟାୟପାଳିକା ପାଇଁ ଅନଲାଇନ୍ ପୋର୍ଟାଲ ସ୍ଥାପନ କରିନାହାନ୍ତି ।

Get real time updates directly on you device, subscribe now.