fbpx
BJD SKY
BJD SKY

ଆଜିଠୁ କମିବ ବର୍ଷାର ପରିମାଣ ବଢିବ ଖରା: ପାଣିପାଗ ବିଭାଗ ଦେଲା ସୂଚନା

BJD

ଭୁବନେଶ୍ୱର: ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ ବି ଦେଖିବାକୁ ମିଳିଛି । ଫଳରେ ରାଜ୍ୟର ତାପମାତ୍ରା ଟିକିଏ ହ୍ରାସ ପାଇ ପୁଣିଥରେ ଥଣ୍ଡା ଫେରି ଆସିଥିବା ଦେଖାଯାଇଛି । କିନ୍ତୁ ପାଣିପାଗ ବିଭାଗ ତରଫରୁ ଆଜି କିଛି ଅଲଗା ସୂଚନା ମିଳିଛି । ଆଜିଠୁ ବର୍ଷା କମିବା ସହ ପାଗ ଶୁଖିଲା ରହିବ ଏବଂ ଖରା ବଢିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁସାରେ, ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟର କେତେକ ଅଞ୍ଚଳ ମଧ୍ୟ ବର୍ଷାରେ ଭିଜିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଏହାପରେ ରାଜ୍ୟରେ ଖରା ବଢିବ ଏବଂ ଏହା ସହ ତାତି ମଧ୍ୟ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଜି ରାଜଧାନୀରେ ଦିନର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଏବଂ ରାତିରେ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀରେ ପହଞ୍ଚିପାରେ ।

ସୋମବାର ରାଜ୍ୟରେ ହୋଇଥିବା ବର୍ଷାକୁ କୁଆପଥର ମାଡ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଭୋର ସମୟରୁ ମୟୁରଭଞ୍ଜ, ଇତ୍ୟାଦି ଜିଲ୍ଲାରେ ବର୍ଷା ସହ ଘଡଗଡି ବିଜୁଳି ମଧ୍ୟ ଦେଖା ଦେଇଥିଲା । ତେବେ ଏହାମଧ୍ୟରେ କପ୍ତିପଦାରେ ସର୍ବାଧିକ ୫୮ ମି.ମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୪୦.୪ମିମି ବର୍ଷା ହୋଇଥିଲା । ଗତ ୬ ଦିନରୁ ପାଗ ମେଘୁଆ ରହିବା ସହ ଅନେକ ଅଞ୍ଚଳରେ ବର୍ଷା ହୋଇ ବିଜୁଳି ଏବଂ ଘଡଗଡି ମଧ୍ୟ ଦେଖାଯାଇଛି ।

Get real time updates directly on you device, subscribe now.