fbpx

UPI ପେମେଣ୍ଟ ଉପରେ ଚାର୍ଜ ସମ୍ବନ୍ଧରେ NPCI ର ସ୍ପଷ୍ଟୀକରଣ, ଗ୍ରାହକଙ୍କୁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ

ନୂଆଦିଲ୍ଲୀ: ୟୁପିଆଇ ମାଧ୍ୟମରେ ହେଉଥିବା ଟଙ୍କାର କାରବାର ଉପରେ ଏପ୍ରିଲ୍ ୧, ୨୦୨୩ ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରିଛି ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିଇସିଆଇ)। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଆଦାୟ ରିପୋର୍ଟକୁ ଏନପିଇସିଆଇ ଅସ୍ୱୀକାର କରିଛି। ଏନପିଇସିଆଇ କହିଛି ଯେ ୟୁପିଆଇ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ କାରବାର ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏନପିଇସିଆଇ ଏହାର ବିବୃତ୍ତିରେ କହିଛି ଯେ ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ।

ଏନପିସିଆଇ କହିଛି ଯେ, ପେମେଣ୍ଟ କରିବା ପାଇଁ ଗ୍ରାହକ କିମ୍ବା ବ୍ୟାଙ୍କ୍‌କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହା ସହିତ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ୟୁପିଆଇ ଟ୍ରାନ୍‌ଜାକସନ୍ କଲେ ମଧ୍ୟ କୋଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏନପିସିଆଇ କହିଛି ଯେ ନିୟାମକ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ (ପିପିଆଇ ୱାଲେଟ୍‌) ବର୍ତ୍ତମାନ ପାରସ୍ପରିକ କାର୍ଯ୍ୟକ୍ଷମ ୟୁପିଆଇ କୋସିଷ୍ଟମର ଏକ ଅଂଶ । ଏହାକୁ ଦୃଷ୍ଟିରେ ରଖି, ଏନପିସିଆଇ ପିପିଆଇ ୱାଲେଟଗୁଡ଼ିକୁ ପାରସ୍ପରିକ କାର୍ଯ୍ୟକ୍ଷମ ୟୁପିଆଇ ଇକୋସିଷ୍ଟମର ଏକ ଅଂଶ ହେବାକୁ ଅନୁମତି ଦେଇଛି। ଟ୍ରାଞ୍ଜାକ୍ସନ ଚାର୍ଜ କେବଳ ପିପିଆଇ ମର୍ଚାଣ୍ଟ କାରବାର (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ କାରବାର) ଉପରେ ପ୍ରଯୁଜ୍ୟ ହେବ। ଏବଂ ଏଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

ଏନପିସିଆଇ ସର୍କୁଲାର ଅନୁଯାୟୀ, ଗୁଗୁଲ୍ ପେ, ପେଟିଏମ୍, ଫୋନ୍‌ପେ କିମ୍ବା ଅନ୍ୟାନ୍ୟ ଆପ୍ ମାଧ୍ୟମରେ ଟଙ୍କା କାରବାର ସମ୍ପୂର୍ଣ୍ଣ ମୁକ୍ତ ଅଟେ। ଗ୍ରାହକଙ୍କୁ କୌଣସି ପେମେଣ୍ଟ ଉପରେ ୧.୧ ପ୍ରତିଶତ ଇଣ୍ଟରଚେଞ୍ଜ୍ ରେଟ୍ ଦେବାକୁ ପଡିବ ନାହିଁ ପେଟିଏମ୍ ମଧ୍ୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଥିଲା।

Get real time updates directly on you device, subscribe now.