fbpx

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଓ ଏସପିଙ୍କ ମଧ୍ୟରେ ହାତାହାତି; ଏୟାରପୋର୍ଟରେ ହଙ୍ଗାମା

Advertisement

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କକ ସୁରକ୍ଷା ଅଧିକାରୀ କୁଲୁ ଏସପିଙ୍କୁ ଗୋଇଠା ମାରିବା ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ଘଟଣା ଖାସ୍ କରି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଘଟିଥିଲା । ତେବେ ହଠାତ୍ ଏଭଳି ହୋଇଥିବା ଏହି ଝଗଡା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସୁରକ୍ଷାକର୍ମୀ ଏସପିଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏଭଳି ଝଗଡା କେଉଁ କାରଣରୁ ହୋଇଛି ତାହା ଜଣାପଡି ନାହିଁ ।

ସୂଚନାଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ନିତୀନ୍ ଗଡକରୀ କୁଲୁ ଗସ୍ତରେ ଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଭୁନ୍ତର ବିମାନ ବନ୍ଦର ପହଞ୍ଚିଥିଲେ । ଘଟଣାଟି ବିମାନ ବନ୍ଦର ବାହାରେ ସେହି ସମୟରେ ଘଟିଥିଲା , ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ଏସପି ବୃଜେଶ ସୁଦ୍ ଫୋରଲେନ୍ ପ୍ରଭାବିତଙ୍କୁ ବିମାନ ବନ୍ଦର ବାହାରେ ହଟାଇବାକୁ ନେଇ କୁଲୁ ଏସପି ଗୌରବ ସିଂହଙ୍କ ସହ ଯୁକ୍ତିତର୍କ କରିଥିଲେ ।

କୁହାଯାଇଛି ଏହି ସମୟରେ କୁଲୁର ଏସପି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ଏସଏସପି ରାୟଙ୍କର ଅଧିକାରୀଙ୍କୁ ଚାପୁଡା ମାରିଥିଲେ । ସୁରକ୍ଷା ବ୍ୟବସ୍ଥାରେ ଥିବା ଦୁଇ ଅଧିକାରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଘଟଣାଟି ଏତେ ଆଗକୁ ବଢିଯାଇଥିଲା ଯେ ଏସପି କୁଲୁ ଏସଏସପିଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ । ଏହା ପରେ ଏସଏସପି ମଧ୍ୟ ତାଙ୍କୁ ଗୋଇଠା ମାରିଥିଲେ । କେହି କିଛି ବୁଝିବା ଆଗରୁ ଅନ୍ୟ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଆସି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ଘଟଣାକୁ ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହୋଇଥିଲା । କୌଣସି ବଡ ଅଧିକାରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଡିଜିଆଇଜି ରେଞ୍ଜ ମଣ୍ଡି ମଧୁସୂଦନଙ୍କୁ ଦେଇଛନ୍ତି ।

Get real time updates directly on you device, subscribe now.