fbpx
BSKY
BJD SHG SKY
BJD MC SKY

୩ୟ ଶ୍ରେଣୀ ଛାତ୍ରୀଙ୍କୁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ, ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି

ଓଡିଶା ଭାସ୍କର; ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଛାତ୍ରୀ ଜଣଙ୍କୁ ଉକ୍ତ ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ଡ଼ଙ୍ଗାସିଲ ମେଡିକାଲ ପରେ ରାୟଗଡା ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନନ୍ତରଣ କରାଯାଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଗତକାଲି ଉତ୍ତେଜନା ଦେଖାଦେଇଛି । ଏହି ଘଟଣାକୁ ନେଇ ପୋଲିସ ଗାଡ଼ି ଜାଳିଦେଇଥିଲେ ସ୍ଥାନୀୟ ଉତ୍ତେଜିତ ଲୋକେ । ଉତ୍ତେଜନା ନିୟନ୍ତ୍ରଣ ବାହାରକୁ ଯିବା ପରେ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଛି। ଅନ୍ୟପଟେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟାକୁ ପଠାଯାଇଛି । ସେହିପରି ଅଭିଯୁକ୍ତ ପିଅନକୁ ପୋଲିସ୍ ଉଠାଇ ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନାକୁ ନେଇ ବ୍ୟାପକ ପୋଲିସ ମୁତୟନ କରଯାଇଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଅଧିକ ପୋଲିସ ଫୋର୍ସକୁ ଡଙ୍ଗାସିଲକୁ ପଠାଯାଉଛି ।

Get real time updates directly on you device, subscribe now.