fbpx

ସିଗାରେଟ୍ ଉପରେ ବ୍ୟାନ ଲଗାଇବେ ପ୍ରଧାନମନ୍ତ୍ରୀ! ନୂଆ ନିୟମ ଜାରି କରିବା ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ । ଏହା ଜାଣିବା ପରେ ମଧ୍ୟ ଏହାର ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଲୋକ ଏହାକୁ ନିଶା ଆକାରରେ ଗ୍ରହଣ କରିସାରିଥିବା ବେଳେ କିଛି ଲୋକଙ୍କୁ ଏହାର ଖରାପ ଅଭ୍ୟାସ ଗ୍ରାସ କରିଛି । ତେବେ ବିଭିନ୍ନ ଦେଶରେ ଏହା ଉପରେ ବ୍ୟାନ୍ ଆଦେଶ ଜାରି କରାଯାଇଛି । ନ୍ୟୁଜିଲାଣ୍ଡରେ ସିଗାରେଟ ବିକ୍ରି ଏବଂ ସେବନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ବର୍ତ୍ତମାନ ଭାରତର ବଂଶୋଦ୍ଭବ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ସେହି ଦିଗରେ ଆଗେଇ ଚାଲିଛନ୍ତି । ଖୁବଶୀଘ୍ର ବ୍ରିଟେନରେ ମଧ୍ୟ ସିଗାରେଟ ଉପରେ ବ୍ୟାନ୍ ଲଗା ଯାଇପାରେ ।

ରିପୋର୍ଟ ଅନୁସାରେ ବ୍ରିଟେନରେ ସିଗାରେଟ ତଥା ଧୁମ୍ରପାନ ବିରୋଧୀ ଯୋଜନାଗୁଡ଼ିକୁ ଲାଗୁ କରିବା ପାଇଁ ଚିନ୍ତା କରୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଋଷି ସୁନକ । ଦେଶର ଅଧିକରୁ ଅଧିକ ଲୋକଙ୍କୁ ଧୁମ୍ରପାନ ଛାଡ଼ିବା ପାଇଁ ପ୍ରୋତ୍ସାହନ କରାଯାଉଥିବା କହିଛନ୍ତି ସରକାରଙ୍କର ଜଣେ ପ୍ରବକ୍ତା । ତେବେ ଆସନ୍ତା ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ଦେଶକୁ ଧୁମ୍ରପାନ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବ୍ରିଟେନ ସରକାର । ସେଥିପାଇଁ ଦେଶରେ ଧୁମ୍ରପାନ ହାର କମ୍ କରିବା ପାଇଁ ପଦକ୍ଷେପ ଜାରି ରହିଥିବା କୁହାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଗର୍ଭବତୀ ମହିଳାଙ୍କୁ ସିଗାରେଟ ଛାଡ଼ିବାକୁ ପ୍ରେତ୍ସାହିତ କରିବା ପାଇଁ ଭାଉଚର ଯୋଜନା ସାମିଲ ହୋଇଛି । ତେବେ ଆସନ୍ତାବର୍ଷ ନିର୍ବାଚନ ପୂର୍ବରୁ ଏହି ନିୟମ ଲାଗୁ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ଗତ ମେ ମାସରେ ଏହା ଏକ ଲୁଫ୍ ବନ୍ଦ କରି ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇବ ଯାହା ଖୁଚୁରା ବ୍ୟବସାୟୀମାନଙ୍କୁ ପିଲାମାନଙ୍କୁ ମାଗଣା ଭାପ୍ ନମୁନା ଦେବାକୁ ଅନୁମତି ଦେବ ବୋଲି ଘୋଷଣା କରିଥିଲା ବ୍ରିଟେନ। ଜୁଲାଇରେ ଉଭୟ ପରିବେଶ ଏବଂ ସ୍ୱାସ୍ଥ୍ୟ କାରଣରୁ ୨୦୨୪ ସୁଦ୍ଧା ଭାପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଇଂଲଣ୍ଡ ଏବଂ ୱେଲ୍ସର ପରିଷଦ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ତେବେ ନ୍ୟୁଜିଲାଣ୍ଡରେ ପୂର୍ବରୁ ହିଁ ସିଗାରେଟ ଉପରେ ବ୍ୟାନ୍ ଆଦେଶ ଜାରି ହୋଇଛି । ନିୟମ ଅନୁସାରେ, ୨୦୦୯ ମସିହା ଜାନୁୟାରୀ ୧ ତାରିଖ ପରେ ଜନ୍ମଲାଭ କରିଥିବା କୌଣସି ବ୍ୟକ୍ତିଙ୍କୁ ତମ୍ବାଖୁ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଜାରି ହୋଇଛି ।

Get real time updates directly on you device, subscribe now.