fbpx

ଆଜିଠାରୁ ସ୍କୁଲରେ ପାଠପଢ଼ା ବନ୍ଦ: ଶିକ୍ଷକ ଆସିବେ ନା ନାହିଁ, ଜାଣନ୍ତୁ ଏନେଇ କ’ଣ ରହିଛି ଗଣଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର, ୧୯ା୪ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ ପାଠପଢ଼ା ବନ୍ଦ । ତେବେ କୌଣସି କ୍ଲାସ ହେବନି କି ପିଲାମାନେ ମଧ୍ୟ ସ୍କୁଲକୁ ଆସିବେ ନାହିଁ ବୋଲି କୁହାଯାଇଛି । ଏପ୍ରିଲ ୧୯ରୁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରିଥିଲେ ।

ତେବେ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସିବେ ନା ନାହିଁ ସେ ବିଷୟରେ କିଛି ସୂଚନା ଦିଆଯାଇନାହିଁ । ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି । କରୋନା ପାଇଁ ତିନି ମାସ ହେଲା ପିଲାମାନେ ସ୍କୁଲକୁ ଆସୁନଥିଲେ ମଧ୍ୟ ଶିକ୍ଷକମାନେ ଆସୁଛନ୍ତି । ଏହାଛଡ଼ା ଶିକ୍ଷକମାନେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲରେ ରହୁଥିବା ଜଣାପଡ଼ିଛି । ଏତଦବ୍ୟତୀତ ଚଳିତ ଶିକ୍ଷାବର୍ଷ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଏଭଳି ପରିସ୍ଥିତିରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।

Get real time updates directly on you device, subscribe now.