fbpx

୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ !

ମହାରାଷ୍ଟ୍ର,୨୫ା୧୧: ବିଜେପିକୁ ସମର୍ଥନର ୪୮ଘଣ୍ଟା ହୋଇନି ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ତାଙ୍କୁ ୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍ ଦିଆଯାଇଥିବା ସୂଚନା ମିଳିଛି । ଏନସିପି ନେତା ଅଜିତଙ୍କୁ ଦୁର୍ନୀତି ନିରୋଧୀ ବ୍ୟୁରୋ ଏସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ଦୁର୍ନୀତିର ୯ଟି ମାମଲାରେ ଅଜିତଙ୍କ ସମ୍ପୃକ୍ତି ନଥିଲା ବୋଲି ଏସିବି ଡିଜି କହିଛନ୍ତି । ଗତ ୨୩ତାରିଖରେ ଏନସିପି ପରିବର୍ତ୍ତେ ବିଜେପିକୁ ସମର୍ଥନ କରି ସେ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Get real time updates directly on you device, subscribe now.