fbpx

ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼,ସମ୍ବଲପୁର,କଳାହାଣ୍ଡି, ସୁବର୍ଣ୍ଣପୁର,ନୂଆପଡ଼ା,ବଲାଙ୍ଗିର,ମାଲକାନଗିରି ଓ କୋରାପୁଟ । ୨୪ତାରିଖ ସୁଦ୍ଧା ୮ଜିଲ୍ଲାରେ ୧,୭୫,୫୫୮ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି ବୋଲି ସେ କହିଛନ୍ତି । ଧାନ ସଂଗ୍ରହର ଯଥେଷ୍ଟ ପୂର୍ବରୁ ଏସଏସଏସ କରାଯିବା ସହ ସ୍ଥିରୀକୃତ ଦିନରେ ଧାନ ବିକ୍ରି କରି ନପାରିଲେ ଆଉ ଥରେ ସୁଯୋଗ ମଧ୍ୟ ଦିଆଯାଉଛି । ଏହାସହ ଟୋକେନ ପ୍ରସ୍ତୁତି ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତି କରାଯାଇ ଚାଷୀଙ୍କ ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥାରେ କରାଯାଉଛି । ଏହାଛଡ଼ା ସମସ୍ତ କ୍ରୟ କେନ୍ଦ୍ରକୁ ଇରିସ ସ୍କାନର ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.