fbpx
BJD
BJD SKY
BJD SKY

ସଫେଇ କର୍ମଚାରୀଙ୍କ ଅଜବ କାରନାମା: ମଦ ପିଇବା ପାଇଁ କବାଡ଼ିବାଲାକୁ ବିକି ଦେଲେ ବଣ୍ଡଲ ବଣ୍ଡଲ ସରକାରୀ ଫାଇଲ୍

ନୂଆଦିଲ୍ଲୀ: ମଦ୍ୟପାନ ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଜାଣି ସୁଦ୍ଧା ଅନେକ ଲୋକ ମଦନିଶାରେ ମସଗୁଲ ରହିଥାନ୍ତି । ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଅନେକ ଲୋକଙ୍କର ଜୀବନ ଚାଲିଯିବା ସହିତ ଅନେକ ବହୁ ଗୁରୁତର ରୋଗରେ ଶିକାର ହୋଇଥାନ୍ତି । ଏଥିସହିତ ମଦ୍ୟପାନ କରି କିଛି ଲୋକ ରାସ୍ତାଘାଟରେ ହଙ୍ଗାମା ମଧ୍ୟ କରିବାକୁ ପଛାଇ ନଥାନ୍ତି । ତେବେ ଏହା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ମଦ୍ୟପାନର କାରନାମା ଚର୍ଚ୍ଚାକୁ ଆସିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରେ ଜଣେ ବ୍ୟକ୍ତି ମଦ ପିଇବା ପାଇଁ ସରକାରୀ ଫାଇଲକୁ କବାଡ଼ିବାଲାକୁ ବିକ୍ରି କରିଦେଇଛନ୍ତି । କାନପୁରରେ ବିକାଶ ଭବନରେ ସଫେଇ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ସମାଜର କଲ୍ୟାଣ, ଉଦ୍ୟାନ ଓ ଅକ୍ଷୟ ଶକ୍ତି ନବୀକରଣ ବିଭାଗର କିଛି ଫାଇଲକୁ ବିକ୍ରି କରିଦେଇଥିଲେ । ଉକ୍ତ ଫାଇଲରେ ବୃଦ୍ଧଙ୍କ ପେନସନ, ପାରିବାରିକ କଲ୍ୟାଣ ପାଇଁ ଆବେଦନ ସହ ଜଡ଼ିତ କିଛି ବଣ୍ଡଲ ରଦ୍ଦି କାଗଜ ରହିଥିଲା ।

ତେବେ ମଦ ପିଇବାକୁ ଅର୍ଥ ଯୋଗାଡ଼ କରିବା ଲକ୍ଷ୍ୟରେ ସଫେଇ କର୍ମଚାରୀ ଜଣଙ୍କ ଏହି କାରନାମା କରିଥିଲେ । ସେ ବହୁଦିନ ଧରି ଏହି କାର୍ଯ୍ୟ କରୁଥିବା ଜଣାପଡ଼ିଛି । ମଦ ପିଇବାକୁ ଯେତେବେଳେ ଅର୍ଥର ଅଭାବ ପଡ଼େ, ସେତେବେଳେ କର୍ମଚାରୀ ଜଣଙ୍କ ପ୍ରଥମେ ଫାଇଲକୁ ଏକତ୍ର କରିଥାନ୍ତି ଓ ତା’ପରେ ତାହାକୁ କବାଡ଼ିବାଲାକୁ ବିକ୍ରି କରିଦେଇଥାନ୍ତି । ତେବେ ସବୁଦିନେ ଚୋର ଘର ଅନ୍ଧାର ନଥାଏ ।

ଦିନେ ଫାଇଲକୁ ଏକାଠି କରୁଥିବା ସମୟରେ ଅନ୍ୟ କର୍ମଚାରୀମାନେ ତାହାକୁ ଦେଖିଥିଲେ । ଏହାପରେ ସଫେଇ କର୍ମଚାରୀଙ୍କର ସବୁ କାରନାମାର ପର୍ଦ୍ଦାଫାସ ହୋଇଥିଲା । ଏହାପରେ ବିଭାଗରେ ହଡ଼କମ୍ପ ମଚିଯାଇଥିଲା ଓ ତ୍ୱରିତ ଭାବେ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଦିଆଯାଇଥିଲା । ଏଥିସହିତ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ଏପରି ଦାୟିତ୍ୱହୀନତା ନେଇ ସିଡିଓ ବିଭାଗକୁ ସ୍ପଷ୍ଟିକରଣ ମାଗିଛନ୍ତି ।

Get real time updates directly on you device, subscribe now.