fbpx

ସାମନାକୁ ଆସିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ୱଚ୍ଛ ଓ ବିରଳ ଫଟୋ: ଆପଣ ବି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଷ୍ଟ୍ରୋ ଫଟୋଗ୍ରାଫର ସୂର୍ଯ୍ୟଙ୍କର ଏକ ବିରଳ ଫଟୋ ଉଠାଇଛନ୍ତି । ଏହି ଫଟୋ ଅତି ନିକଟରୁ ଉଠାଯାଇଥିବା ବେଳେ ଏହା ଦେଖିବାକୁ ଖୁବ୍ ସ୍ୱଚ୍ଛ । ଆରିଜୋନାର ଆଣ୍ଡ୍ର୍ୟୁ ମାକକାର୍ଥୀ ନାମକ ଜଣେ ଫଟୋଗ୍ରାଫର ଏହି ଫଟୋ ଉଠାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେଥିପାଇଁ ସେ ସୂର୍ଯ୍ୟଙ୍କର ଏକ ଲକ୍ଷ ୫୦ ହଜାର ଛବିକୁ ଲେୟାର ମଧ୍ୟରେ ରଖିଥିଲେ । ସାଧାରଣ ୧୦ ମେଗା ପିକ୍ସେଲ କ୍ୟାମେରାର ଫଟୋଠାରୁ ୩୦ ଗୁଣ ଅଧିକ ହେବା ସହ ଏହାର ରିଜୋଲ୍ୟୁସନ ୩୦୦ ମେଗାପିକ୍ସେଲ ରହିଛି ।

ଏପରି ଏକ ସ୍ୱଚ୍ଛ ତଥା ପରିଷ୍କାର ଫଟୋ କିପରି ମିଳିଲା ତାହା ସମସ୍ତଙ୍କୁ ଚକିତି କରିଦେଇଛି । କ୍ଲୋଜ ଅପ୍ ଭ୍ୟୁରେ ରହସ୍ୟଜନକ ଡାର୍କ ସନସ୍ପଟ ଦୃଶ୍ୟମାନ ହେଉଛି । ଏହି ଡାର୍କ ସ୍ପଟଗୁଡ଼ିକୁ ଫଟୋଗ୍ରାଫିକ ପ୍ରୋସେସ୍ ଦ୍ୱାରା ଓଲଟା ଭାବେ ଦେଖାଯାଉଛି । ମାତ୍ର ବାସ୍ତବରେ ତାହା ଏକ ଶକ୍ତିଶାଳୀ ଜ୍ୱଳନ୍ତ ତାରକା ହୋଇଥାଏ । ଖରାପ ଫଟୋ ଓ ନିଆଁ ସମସ୍ୟାକୁ ଦୂରେଇବା ପାଇଁ ଏକ ସ୍ପେଶାଲ ଟେଲିସ୍କୋପର ଉପଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ହେଉଛି ସୋଲାର ସିଷ୍ଟମର ହାର୍ଟ । ଏହାର ବ୍ୟାସ ୧.୩୯ ମିଲିୟନ କିମି ଓ ପୃଥିବୀର ବସ୍ତୁତ୍ୱର ୩୩୦,୦୦୦ ଗୁଣ । ସୂର୍ଯ୍ୟର ତିନି ଚତୁର୍ଥାଂଶ ହାଇଡ୍ରୋଜେନ, ହିଲିୟମ, ଅକ୍ସିଜେନ, କାର୍ବନ, ନିଅନ ଓ ଆଇରନ ଦ୍ୱାରା ତିଆରି ହୋଇଛି ।

Get real time updates directly on you device, subscribe now.