fbpx

୧୨,୦୦୦ ଲୋକଙ୍କୁ ଚାକିରି ଦେବାକୁ ଯାଉଛି HCL, ଜାଣନ୍ତୁ କେଉଁଠି ନିଯୁକ୍ତ ଦେବ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ସଫ୍ଟୱେର ସର୍ଭିସ ଏକ୍ସପୋର୍ଟର କମ୍ପାନୀ HCL ଟେକ୍ନୋଲୋଜି ଆସନ୍ତା ୫ ବର୍ଷ ମଧ୍ୟରେ ୧୨,୦୦୦ ନୂଆ ଚାକିରି ଯୋଗାଇବାକୁ ଯାଉଛି । ଏହି ଭାରତୀୟ କମ୍ପାନୀ ଆମେରିକାରେ ୧୨ ହଜାର ଲୋକଙ୍କୁ ଚାକିରି ଦେବାକୁ ଯାଉଛି । କମ୍ପାନୀ ଏହି ଲୋକମାନଙ୍କୁ ଆଗାମୀ ୫ ବର୍ଷ ମଧ୍ୟରେ ଚାକିରି କରିବାର ସୁଯୋଗ ଦେବ । ଏମାନଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଲୋକଙ୍କୁ ଆଗାମୀ ଦେଢ଼ ବର୍ଷ ମଧ୍ୟରେ HCL ସହିତ କାମ କରିବାକୁ ସୁଯୋଗ ଦିଆଯିବ ।

ବ୍ୟବସାୟ ବୃଦ୍ଧି କରିବା ଓ ସଫ୍ଟୱେୟାର ବଜାରରେ ଗ୍ରାହକଙ୍କ ସମର୍ଥନ ବୃଦ୍ଧି କରିବା ହେଉଛି କମ୍ପାନୀର ମୂଳ ଉଦ୍ଦେଶ୍ୟ । କଲେଜ ଗ୍ରାଜୁଏଟଙ୍କ ପାଇଁ ଖୁସି ଖବର ହେଉଛି କି ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ୨୦୦୦ ନିଯୁକ୍ତି କଲେଜ ଗ୍ରାଜୁଏଟଙ୍କୁ ଦେବା ପାଇଁ ଯୋଜନା କରିଛି । ତେବେ ଇନଫୋସିସ୍, ଟିସିଏସ , ୱିପ୍ରୋ ଓ HCL ଟେକ୍ନୋଲୋଜି ଭଳି ଭାରତୀୟ କମ୍ପାନୀ ଗତ କିଛି ବର୍ଷ ମଧ୍ୟରେ ଆମେରିକାରେ ନିଯୁକ୍ତି ବଢ଼ାଇବାରେ ଲାଗିଛନ୍ତି ।

HCLର ବୟାନ ଅନୁସାରେ, କମ୍ପାନୀ ଆମେରିକାର ୭ଟି ରାଜ୍ୟକୁ ଧ୍ୟାନରେ ରଖି ନିଯୁକ୍ତି ଦେବ, ଯେଉଁଥିରେ ଉତ୍ତର କାରୋଲିନା, ଟେକ୍ସାସ ଏବଂ କନେକ୍ଟିକଟ ରହିଛି । ନିଯୁକ୍ତି ଅଧିନରେ ଆଇଟି କନ୍ସଲ୍ଟିଂ, କ୍ଲାଉଡ୍ ସର୍ଭିସେସ୍, ଡାଟା ଆନାଲିଟିକ୍ସ ଓ ଡିଜିଟାଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ଚାକିରିର ସୁଯୋଗ ସୃଷ୍ଟି ହେବ ।

Get real time updates directly on you device, subscribe now.