କ୍ଲର୍କ, ସହାୟକ, ଷ୍ଟେନୋ, ଲାଇବ୍ରେରିଆନ, ନର୍ସିଂ ଅଫିସର, ଷ୍ଟୋର କିପର ପଦ ଖାଲି: ଯୁକ୍ତଦୁଇ ଓ ଯୁକ୍ତ ତିନି ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ରାୟପୁର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ଯୋଗ୍ୟୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଟ୍ୟୁଟର, ସିନିୟର ନର୍ସିଂ ଅଫିସର, ସିନିୟର ହିନ୍ଦି ଅଫିସର, ଡାଏଟିସିଆନ, ଲାଇବ୍ରେରିଆନ, ଥେରାପିଷ୍ଟ, ଷ୍ଟୋର କିପର, ଫାର୍ମାସିଷ୍ଟ, ଜୁନିୟର ଷ୍ଟେନୋ, ଇଲେକ୍ଟ୍ରିସିଆନ, କ୍ଲର୍କ, ୱେୟାରମ୍ୟାନ, ଆଟେଣ୍ଟାଣ୍ଟ ଆଦି ୧୮ ପ୍ରକାର ଚାକିରି ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ରହିଛି । ଅନୁସୂଚିତ ଜାତି (ଏସସି) / ଏନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୦୦ ଟଙ୍କା ରହିଥିବା ବେଳେ ଜେନେରାଲ / ଅନ୍ୟ ପଛୁଆ ବର୍ଗ (ଓବିସି) / ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ରଖାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।
ଜୁନ ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୧୯ ତାରିଖରେ ସମାପ୍ତ ହେବ । ଚଳିତ ବର୍ଷ ଜୁନ୍ ମାସ ୭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୭୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀମାନେ ଦେଶର ୧୨ଟି ସେଣ୍ଟରେ ଅନଲାଇନରେ ପରୀକ୍ଷା ଦେଇ ପାରିବେ । ବିଭିନ୍ନ ବର୍ଗର ପ୍ରାର୍ଥୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ ସର୍ବନିମ୍ନ ମାର୍କ ଧାର୍ଯ୍ୟ ହୋଇଛି ।
ଅନଲାଇନ୍ ଆବେଦନ ଲିଙ୍କ: https://www.aiimsraipur.edu.in/user/opd-registration.php
ନୋଟିଫିକେସନ ଲିଙ୍କ: https://www.aiimsraipur.edu.in/upload/vacancies/648dbff60d40b__Advt._NF_ABC_DR_1706.web..pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aiimsraipur.edu.in/