fbpx
BJD SKY
BJD SKY

PM Kisaan Yojnaର ୧୪ତମ କିସ୍ତି ପୂର୍ବରୁ ବଦଳିଗଲା ନିୟମ: ବଡ ପରିବର୍ତ୍ତନ ଆଣିଲେ ସରକାର

BJD

ନୂଆଦିଲ୍ଲୀ: ଦେଶରେ କୃଷକଙ୍କ ଆର୍ଥିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଚାଲୁ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ କୃଷଖ ଏପର୍ଯ୍ୟନ୍ତ ମୋଟ ୧୩ଟି କିସ୍ତି ପାଇସାରିଛନ୍ତି । ତେବେ ଆକାଉଣ୍ଟକୁ ୧୪ତମ କିସ୍ତି ଆସିବା ପୂର୍ବରୁ ସରକାର ଏହି ଯୋଜନାରେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି । ତେଣୁ ନିୟମ ଅନୁସାରେ କୃଷକମାନଙ୍କୁ ବର୍ତ୍ତମାନ ଆଉ କିଛି ଅପଡେଟ କରିବାକୁ ହେବ । ନଚେତ ହିତାଧିକାରୀ ହୋଇ ମଧ୍ୟ ଟଙ୍କା ପାଇବାରୁ ବଞ୍ଚିତ ହୋଇପାରନ୍ତି କୃଷକ ।

ପ୍ରଧାନମନ୍ତ୍ରୀ କିସାନ ଯୋଜନାର ପିଏମ କିସାନ ପୋର୍ଟାଲରେ ଏକ ନୂଆ ସୁବିଦା ଯୋଡିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଏହି ପୋର୍ଟାଲରେ ଫେସ୍ ଅଥେଣ୍ଟିକେସନର ସୁବିଧା ଉପଲବ୍ଧ ହୋଇପାରିବ । ଏହାଦ୍ୱାରା ପଞ୍ଜୀକୃତ କୃଷକଙ୍କୁ ଓଟିପି ବା ଫିଙ୍ଗରପ୍ରିଣ୍ଟ ବଦଳରେ ଚେହେରାରେ ଇ-କେୱାଇସି କରିପାରିବେ । ଏହି ସୁବିଧା ସାଧାରଣ ଲୋକଙ୍କ ପାଇଁ ବର୍ତ୍ତମାନ ଆହୁରି ସୁବିଧା କରିପାରିବ । ତେବେ ଆଜିପର୍ଯ୍ୟନ୍ତ ପିଏମ କିସାନ ଖାତାର ଇ-କେୱାଇସି ଅଫଲାଇନ କରିବା ପାଇଁ ଜନସେବା କେନ୍ଦ୍ରକୁ ଯିବାକୁ ପଡୁଥିଲା ଏବଂ ଅନଲାଇନ ପାଇଁ ଏହାର ଅଫିସିଆଲ ପୋର୍ଟାଲକୁ ଭିଜିଟ କରିବାକୁ ପଡୁଥିଲା । ଏହାପରେ ଓଟିପି ସାହାଯ୍ୟରେ ଇ-କେୱାଇସି କରାଯାଉଥିଲା । ଯାହା ଏବେ ଫେସ୍ ଅଥେଣ୍ଟିକେସନ ଦ୍ୱାରା ସହଜରେ ହୋଇପାରିବ ।

ସେହିପରି ନିଜର ରେଜିଷ୍ଟ୍ରେସନ ନମ୍ବର ଜାଣିବା ପାଇଁ ‘ନୋ ୟୋର ରେଜିଷ୍ଟ୍ରେସନ ନମ୍ବର’ଲିଙ୍କ ଉପରେ କ୍ଲିକ କରନ୍ତୁ । ଏହାପରେ ଏକ ପେଜ ଖୋଲିବ, ଏଥିରେ ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଲେଖନ୍ତୁ । ସ୍କ୍ରିନରେ ଥିବା କାପ୍ଚା କୋଡ ଟାଇପ୍ କରନ୍ତୁ । ଏହାଦ୍ୱାରା ନିଜ ରେଜିଷ୍ଟ୍ରେସନ ନମ୍ବର ମିଳିପାରିବ ।

Get real time updates directly on you device, subscribe now.