fbpx

କମିବ ଶୀତ, ବଢିବ କୁହୁଡି

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ଶୁଖିଲା ରହିବ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଶୀତର ପ୍ରଭାବ କମିବ, କିନ୍ତୁ ଘନ କୁହୁଡି ଦେଖାଯିବ । ଫେବ୍ରୁଆରି ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ସ୍ୱଳ୍ପ ବର୍ଷା ମଧ୍ୟ ହୋଇପାରେ । କନ୍ଧମାଳ, କଳାହାଣ୍ଡି, ଅନୁଗୁଳୁ, ସୁନ୍ଦରଗଡ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝରରେ ଘନ କୁହୁଡି ଦେଖାଯିବ । ଦକ୍ଷିଣ ଓଡିଶରେ ମଧ୍ୟମରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ୩ ଦିନ ମଧ୍ୟରେ ଶୀତ ଅନୁଭୂତ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.