fbpx

କିଡ଼ନୀ ଦାନ କରିଥିବା ସୁଚିତ୍ରା ଦାଶଙ୍କ ପରିବାରକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ସୁଚିତ୍ରା ଦାଶ କିଡ଼ନୀ ଦାନ କରି ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି । ପରିବାରକୁ ସୂରଜ ଯୋଜନାରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କିଡ଼ନୀ ପ୍ରତିରୋପଣ କରିଥିବା ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଭୁବନେଶ୍ୱରର ବ୍ରେନଡ଼େଡ଼ ରେ ମରିଯାଇଥିବା ସୁଚିତ୍ରା ଦାଶଙ୍କ କିଡ଼ନୀ କଢ଼ାଯାଇ ଜଗନ୍ନାଥ ସୁର ଓ ମୀନତି ସାମନ୍ତରାୟଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଆପୋଲୋ ଡାକ୍ତର ଓ ବିଶେଷଜ୍ଞ ପରୀକ୍ଷା ନିରୀକ୍ଷା କରିବା ପରେ ଏହି ଅପରେସନ ହୋଇଥିଲା । ସଫଳତାର ସହ ତାଙ୍କ ଦେହରୁ କିଡ଼ନୀ କଢ଼ାଯାଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ସୁରଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଅନ୍ୟଟି ଆମ୍ରି ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ରୋଗୀ ମୀନତିଙ୍କ ଶରୀରରେ ଲାଗିଥିଲା ।
ପୁଣିଥରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ କାଡ଼ାଭରିକ ପ୍ରତିରୋପଣ କରି ଇତିହାସ ରଚିଛି ଓଡ଼ିଶା । ଆଗରୁ ସେହିପରି ପ୍ରିୟଙ୍କା କିଡ଼ନୀ ଦେଇ ଅମର ରହିଛନ୍ତି ।

Get real time updates directly on you device, subscribe now.