fbpx

ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏନେଇ ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ ସମସ୍ତ କଟକଣାକୁ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୫ଯାଏଁ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡ଼ିଲେ କଟକଣାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ସେ କହିଛନ୍ତି । ଏହାସହ ସମସ୍ତଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଭାରତରେ କରୋନା ଭାଇରସ୍ ରେ୧୨୫ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି । ଏହାସହ ଦେଶରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.