fbpx

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

Advertisement

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କରୋନା ଭାଇରସ୍ ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଏହିପରି ପରିସ୍ଥିତିରେ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଲକ୍ ଡାଉନ ବେଳେ ରାସନ କାର୍ଡ଼ ନଥିବା ଗରିବ ଓ ନିରାଶ୍ରୟ ଖାଦ୍ୟ ଓ ରାସନ ନପାଇ ବହୁ ହନ୍ତସନ୍ତ ହେଉଛନ୍ତି । ତେଣୁ ପଞ୍ଚାୟତ ସ୍ତରରେ ଏହିପରି ଲୋକଙ୍କୁ ଚିହ୍ନଟ କରିବାକୁ ସେ ଦାବି କରିଛନ୍ତି । ଏହାସହ ରାସନ କାର୍ଡ଼ ନଥିବା ଲୋକଙ୍କ ପାଇଁ ରାସନ କାର୍ଡ଼ ନିୟମ କୋହଳ କରିବାକୁ ସେ ଚିଠି ମାଧ୍ୟମରେ କହିଛନ୍ତି ।

Get real time updates directly on you device, subscribe now.