fbpx
BJD SKY
BJD SKY

ଫସାଇଲା ଟିକ୍-ଟକ୍: ଲକ୍-ଡାଉନରେ ଶ୍ରମିକଙ୍କୁ ମଦ ବାଣ୍ଟୁଥିବା ଭିଡିଓ ଦେଖି ବାନ୍ଧିନେଲା ପୋଲିସ

BJD

ସାରା ଦେଶରେ ଲକ୍-ଡାଉନ୍ କାରଣରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଆଜିକାଲି ଲୋକମାନେ ବେଶ ଟିକ-ଟକ୍ ଭିଡିଓ ବନାଇବାରେ ଲାଗିଛନ୍ତି । କିନ୍ତୁ ଏହି ଟିକ୍-ଟକ୍ ଭିଡିଓ ପାଇଁ ଜଣେ ବ୍ୟକ୍ତି ଜେଲ ଦଣ୍ଡ ଭୋଗ କରିଛି । ହାଇଦ୍ରାବାଦର ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ମଦ ବାଣ୍ଟୁଥିବାର ଟିକ୍-ଟକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବ୍ୟକ୍ତି ଜଣକ ଭାବିଥିଲେ ଯେ ଏପରି କରିବା ଦ୍ୱାରା ସେ ଚର୍ଚ୍ଚାର ବିଷୟ ପାଲଟିବେ ଓ ଟିକ୍-ଟକରେ ସେଲିବ୍ରିଟ୍ ହୋଇଯିବେ । କିନ୍ତୁ ଫଳ ହେଲା ଓଲଟା ।

ଶ୍ରମିକମାନଙ୍କୁ ମଦ ବିକ୍ରି କରୁଥିବାର ଭିଡିଓ ଦେଖିବା ପରେ ପୋଲିସ ତାଙ୍କୁ ବାନ୍ଧି ନେଇଥିଲେ । ଲକ୍-ଡାଉନ୍ ସମୟରେ ଏହି ୨୯ ବର୍ଷିୟ ବ୍ୟକ୍ତି ଶ୍ରମିକମାନଙ୍କୁ ମଦ ବାଣ୍ଟୁଥିବାରୁ ଗିରଫ ହୋଇଛନ୍ତି । ଏହି ଟିକ୍-ଟକ୍ ଭିଡିଓଟି ପଞ୍ଜାବୀ ଭାଷାରେ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.