fbpx

କଣ ପାଦରେ ଏପରି କ୍ଷତ କରୋନାର ସଙ୍କେତ? ଜାଣନ୍ତୁ କଣ କୁହନ୍ତି ଡାକ୍ତର

ପାଦରେ କିଛି ଖାସ୍ ପ୍ରକାରର କ୍ଷତ କରୋନାର ସଙ୍କେତ ବୋଲି ଡାକ୍ତରମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଅଫିସିଆଲ ପୋଡିଆଟ୍ରିଷ୍ଟ କଲେଜର ସ୍ପେନିଶ ଜେନେରାଲ କାଉନସିଲ ଏହି ବାବଦରେ ଏକ ବୟାନ ଜାରି କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ, କରୋନା ଭାଇରସରେ ଆକ୍ରାନ୍ତ ବହୁ ରୋଗୀଙ୍କ ପାଦରେ ଏପରି କ୍ଷତ ଦେଖାଯାଇଥାଏ ।

ସ୍ପେନ ଡାକ୍ତରଙ୍କ କହିବା ମୁତାବକ, କରୋନା ରୋଗୀଙ୍କ ପାଦରେ ଚିକେନପକ୍ସ, ପାଦରେ ମିଳିମିଳା ଭଳି ଦାଗ ଥିବା ମାମଲା ବଢିବାରେ ଲାଗିଛି । ବିଶେଷକରି ଶିଶୁ ଓ କିଶୋରମାନଙ୍କଠାରେ ଏହା ଦେଖିବାକୁ ମିଳୁଛି । କିନ୍ତୁ କେତେକ କ୍ଷେତ୍ରରେ ଏହି କ୍ଷତ ଅନେକ ବୟସ୍କଙ୍କଠାରେ ଦେଖିବାକୁ ମିଳିଥାଏ ।

ରକ୍ତ ନଳୀରେ ଇନଫେକ୍ସନ ହେବା ଦ୍ୱାରା ଚର୍ମରେ କ୍ଷତ ହୋଇଥାଏ । ଡେଲି ମେଲ ରିପୋର୍ଟ ଅନୁସାରେ, ଅଫିସିଆଲ ପୋଡିଆଟ୍ରିଷ୍ଟ କଲେଜର ସ୍ପେନିଶ ଜେନେରାଲ କାଉନସିଲ କହିଛନ୍ତି ଯେ ଇଟାଲୀ ଓ ଫ୍ରାନ୍ସରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.