fbpx

ମୁଖ୍ୟମନ୍ତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଜାତୀୟ ପଞ୍ଚାୟତିରାଜ ଦିବସରେ  ଇଂରାଜୀ ଦୈନିକରେ ନିବନ୍ଧ ଲେଖି ମତ ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ । ସେହି ନିବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କରୋନା ଲଢ଼େଇରେ ସରପଞ୍ଚମାନଙ୍କୁ ଅଗ୍ରଦୂତ କରିଥିବାରୁ ସେ ନୀବନଙ୍କୁ ପ୍ରଶଂସା କରିଛନ୍ତି । ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନକୁ ଉଦାହରଣୀୟ କହିଛନ୍ତି ଭେଙ୍କୟା । ଅନ୍ୟ ରାଜ୍ୟରେ ମଧ୍ୟ ପଞ୍ଚାୟତଗୁଡ଼ିକ ଅଗ୍ରଦୂତ ସାଜିବାକୁ ଆହ୍ୱାନ ସେ ଦେଇଛନ୍ତି ।
ଗ୍ରାମରାଜ୍ୟରୁ ରାମରାଜ୍ୟର ପରିକଳ୍ପନା କରିଛନ୍ତି ଉପରାଷ୍ଟ୍ରପତି । ଦେଶର ଅଢ଼େଇ ଲକ୍ଷ ପଞ୍ଚାୟତ ଗଣତନ୍ତ୍ରର ମୂଳଦୁଆକୁ ସଶକ୍ତ ବୋଲି କହିଛନ୍ତି । ପଞ୍ଚାୟତକୁ ଅଧିକ କ୍ଷମତା ମିଳିଲେ ଗ୍ରାମରାଜ୍ୟରୁ ରାମରାଜ୍ୟ ହୋଇପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

Get real time updates directly on you device, subscribe now.