fbpx

ପୁରୀ ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି

ପୁରୀ, ୨୪ା୪(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା  । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ ଚନ୍ଦନଯାତ୍ରା । ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମେ ୩ଯାଏ ସବୁ ନୀତିକାନ୍ତି ଶ୍ରୀମନ୍ଦିର ପରିସରରେ କରିବାକୁ ନିଷ୍ପତ୍ତି ନିଆଯିବ । ମେ ୩ରେ ଲକ୍ ଡାଉନ ହଟିବା ପରେ ରଥଯାତ୍ରା ନେଇ ପରବର୍ତ୍ତୀ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଶ୍ରୀମନ୍ଦିରରେ ସ୍ଥାନ ଅନୁଧ୍ୟାନ କରାଯିବ । କାଲି ଦିନ ୧୦ଟାରେଏନେଇ ସେବାୟତଙ୍କ ସହ ହେବ ଆଲୋଚନା ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଆଜି ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ଚନ୍ଦନଯାତ୍ରା ସମ୍ପର୍କରେ ଆଲୋଚନା ହୋଇଥିଲା । ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.