fbpx

ରମଜାନ ମାସ ଅରମ୍ଭ ,ସାମୂହିକ ନମାଜ ପାଠ ଉପରେ ଅଙ୍କୁଶ ,ଦୂରରୁ ଜଣାଇବେ ଇଦ ମୁବାରକ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଆଜିଠୁ ଆରମ୍ଭ ହେଲା ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟ ମାନଙ୍କ ମଧ୍ୟରେ ଏହାର ଯଥେଷ୍ଠ ଗୁରୁତ୍ୱ ରହିଛି । ଗତ କାଲି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବା ଓ ବାଦଲ ଢ଼ାଙ୍କି ରଖିବା କାରଣରୁ ଚନ୍ଦ୍ର ଦୃଶ୍ୟମାନ ହୋଇନଥିଲା । କିନ୍ତୁ ଅନ୍ୟ କିଛି ସ୍ଥାନରେ ଚନ୍ଦ୍ର ଦେଖିଥିଲେ ଶ୍ରଦ୍ଧାଳୁ ।ତେଣୁ ଇସଲାମୀୟ ଧାର୍ମିକ ସଂଗଠନ ମଧ୍ୟରେ ଆଲୋଚନା କରାଯାଇ ଆଜି ଠାରୁ ରମଜାନ ଆରମ୍ଭ ହୋଇଛି । ହେଲେ କରୋନା କଟକଣା ପାଇଁ ଏଥର ସାମୂହିକ ନମାଜପାଠ ଉପରେ ଲଗାଯାଇଛି ଅଙ୍କୁଶ । ସାମୂହିକ ନମାଜ ପାଠ ବେଳେ ସାମଜିକ ଦୂରତା ରକ୍ଷା ନିୟମ ଭାଙ୍ଗିବାର ଆଶଙ୍କା ଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି । ତଛଡା ମାସକ ପରେ ଇଦ ବେଳେ ବି ସମାନ ନିୟମ ଅନୁପାଳନ କରିବାକୁ ଧର୍ମିୟ ସଂଗଠନ ଗୁଡିକ ଆହ୍ୱାନ କରିଛନ୍ତି

Get real time updates directly on you device, subscribe now.