fbpx

ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ସୁନା ୧୦ ଗ୍ରାମକୁ ୮୨,୦୦୦ ଟଙ୍କା । ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ସ୍ୱଭାବିକ । କିନ୍ତ୍ୁ ଏହା ସତ । ଯଦିଓ ଏବେ ଏହା ଦର ୪୫ ହଜାର ପାଖାପାଖି ରହିଛି କିନ୍ତୁ ଆସନ୍ତା ବର୍ଷେରୁ ଦେଢ଼ବର୍ଷ ମଧ୍ୟରେ ଏହା ଦରରେ ଅଖିଦୃଷ୍ଟିଆ ଅଭିବୃଦ୍ଧି ହେବ । ମୋଟ ୭୫ ପ୍ରତିଶତ ଅଭିବୃଦ୍ଧିର ଅକଳନ କରିଛି ଜଣାଶୁଣା ସୁନା କାରବାର କରୁଥିବା ଗୋଲ୍ଡମ୍ୟାନ ସାଚସ । କରୋନା ପାଇଁ ଚଳିତ ବର୍ଷର ଦ୍ୱିତୀୟ ତ୍ରୟମାସରେ ଆମେରିକାର ଘରୋଇ ଜିଡିପି ୩୦ ପ୍ରତିଶତ ହ୍ରାସପାଇବ । ଯହାକି ଏକ ବଡ ମାନ୍ଦାବସ୍ଥାର ପୂର୍ବାବସ୍ଥା ।

ଆଗକୁ ବଡମାନ୍ଦାବସ୍ଥାର ଏହି ସୂଚନା ଦେଇଛନ୍ତି ଆଇ.ଏମ.ଏଫ,ବିଶ୍ୱବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ।ଏଭଳି ଅବସ୍ଥାରେ ବିଶ୍ୱ ଇକ୍ୟୁଟି ବଜାର ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ନିବେଶକ ଷ୍ଟକ କି ବ୍ରାଣ୍ଡ ବଦଳରେ ସୁନାରେ ଅଧିକ ନିବେଶ କରିବାକୁ ପସନ୍ଦ କରୁଛନ୍ତି ।ଏଭଳି କ୍ଷେତ୍ରରେ ସୁନା ଦର ଯେ ଆକାଶ ଛୁଆଁ ହେବ ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.