fbpx

ଓଡ଼ିଆ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Advertisement

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ସୁଷମା ପାଣିଗ୍ରାହୀଙ୍କ ପରଲୋକ ଘଟିଛି । ସେ ଇସ୍ରୋର ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ ଥିଲେ । ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତିି । ସୁଷମା ଅର୍ଜନ କରିଥିବା ସୁନାମ ସର୍ବଦା ଅକ୍ଷୁର୍ଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସୁଷମା ୩୦ବର୍ଷ ଧରି ନିଷ୍ଠାପର କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ । ବନ୍ୟା, ବାତ୍ୟା ଓ ଫସଲ ପରିଚାଳନା କ୍ଷେତ୍ରରେ ସେ କାମ କରିଥିଲେ । ତାଙ୍କର ସୁନାମ ଚିରକାଳ ପାଇଁ ଅକ୍ଷୁର୍ଣ୍ଣ ରହିବ ।

Get real time updates directly on you device, subscribe now.