fbpx

ଦିଲ୍ଲୀ ବସରେ ସରକାରଙ୍କ ନିୟମକୁ ଫୁ, ଦେଖନ୍ତୁ ଭାଇରାଲ ଭିଡିଓ

Advertisement

ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ବସ ଚଳାଚଳକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କିନ୍ତୁ ସୋସିଆଲ ମିଡିଆରେ ଦିଲ୍ଲୀ ବସର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିିଛି, ଯେଉଁଥିରେ ସାମାଜିକ ଦୂରତାର ନିୟମକୁ ଲୋକମାନେ ଉଲ୍ଲଙ୍ଘନ କରିଛନ୍ତି । ବସରେ ଅତ୍ୟାଧିକ ଲୋକ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି କହିଛି ଯେ, ‘କରୋନା ବଢି ଚାଲିଛି । ଏପରି ପରିସ୍ଥିତିରେ ଯଦି କିଛି ହୁଏ, ତେବେ କିଏ ଦାୟୀ ହେବ?’ ତେବେ ଦିଲ୍ଲୀ ସରକାର ବସ୍ ଚଳାଚଳକୁ ଅନୁମତି ଦେବା ସହ ଡିଟିସି ବସରେ ୨୦ରୁ ଅଧିକ ନଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବସେରେ ବି ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଥିଲା । କିନ୍ତୁ ସରକାରଙ୍କ ନିୟମକୁ ଫୁ କରି ଉଡାଇଦେଇଛନ୍ତି ଲୋକେ ।

ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ସୃଷ୍ଟି ହୋଇଛି । ଅରବିନ୍ଦଙ୍କ ଉପରେ ସିଧା ତୀର ମାରିଛି ବିଜେପି । ଦିଲ୍ଲୀ ବିଜେପି ସାଂସଦ ପରଭେଶ ସାହିବ ସିଂହ ଭିଡିଓ ସେୟାର କରି କହିଛନ୍ତି ଯେ, ଯେଉଁମାନେ ଅରବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ କରିଛ, ସେମାନଙ୍କୁ ଧନ୍ୟବାଦ । ଯିଏକି ନିଜ ଜନତାଙ୍କ ଜୀବନ ଅପେକ୍ଷା ଜିଏସଟି ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

Get real time updates directly on you device, subscribe now.