fbpx

ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୩୧ା୧(ଓଡ଼ିଶା ଭାସ୍କର): ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଥିବା ଆନନ୍ଦପୁର ବ୍ୟାରେଜର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବି.ଏନ୍ ହାଇସ୍କୁଲର ପ୍ଲାଟିନମ ଜୁବୁଲିରେ ମଧ୍ୟ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ିବା ସହ ଖେଳ ଓ ପ୍ରତିଯୋଗିତାରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଆନନ୍ଦପୁର ମିନି ଷ୍ଟାଡ଼ିଅମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଆନନ୍ଦପୁର ବ୍ୟାରେଜ ଉଦଘାଟନ କରି ମୁଁ ବହୁତ ଖୁସି । ୬୦ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ହେବ । ବ୍ୟାରେଜ ନିର୍ମାଣ ଦ୍ୱାରା ଚାଷୀ ଉପକୃତ ହେବେ । ଏହାଛଡ଼ା ଆମେ କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି , କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି । ଓଡ଼ିଶା ବିକାଶକୁ ଜାରି ରଖିବାକୁ ଆପଣଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.