fbpx

କିଡ଼ନି ଦାନ କରିଥିବା ପ୍ରିୟଙ୍କାରାଣୀଙ୍କ ପରିବାରଙ୍କୁ ସୁରଜ ସ୍କିମରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ପ୍ରିୟଙ୍କାରାଣୀଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏକ ଦୁର୍ଘଟଣାରେ ଗୁରୁତର ପ୍ରିୟକାଙ୍କ ଝିଅ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ପ୍ରିୟଙ୍କାରାଣୀଙ୍କ ପରିବାରଙ୍କୁ ସୁରଜ ସ୍କିମରେ ସମ୍ମାନିତ କରିବାକୁ ଘୋଷଣା ହୋଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଡ଼ନି ଦାନ କରି ୨ଜଣଙ୍କ ଜୀବନ ବଞ୍ଚାଇ ମରି ମଧ୍ୟ ପ୍ରିୟଙ୍କା ପାତ୍ର ଅମର ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିର ପ୍ରିୟଙ୍କାରାଣୀ ମୃତ୍ୟୁ ପରେ କିଡ଼ନି ଦାନ କରିଥିଲେ । ଏହାସହ ସଫଳ କିଡ଼ନି ପ୍ରତିରୋପଣ ପାଇଁ ଏସସିବି ଡାକ୍ତର ଓ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଲ୍ଲେଖ ଯୋଗ୍ୟ ଯେ ଗତ କାଲି ଏସସିବି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ମୃତକଙ୍କ କିଡନୀ ଆଉ ଜଣେ ବ୍ୟକ୍ତିଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଥିଲା । କିଡନି ଦେଇଥିଲେ ମୃତ ଯୁବତୀ ପ୍ରିୟଙ୍କା । ପ୍ରିୟଙ୍କା ଗତ ଜାନୁଆରୀ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତରଭାବେ ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚ଼ିକିତ୍ସିତ ହେଉଥିଲେ । ଗତ କାଲି ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରିଥିଲେ । ମୃତ୍ୟୁ ପରେ ଯୁବତୀଙ୍କ ପରିବାର ଲୋକେ ଅଙ୍ଗଦାନ ପାଇଁ ସମ୍ମତି ଜଣାଇଥିଲେ । ଏ ନେଇ ହସ୍ପିଟାଲ କତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ଆଠ ମାସ ହେଲା କିଡନୀ ଖରାପ ହୋଇଥିବା ଫିରୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିୟକାଙ୍କ କିଡ଼ନି ପ୍ରତ୍ୟାରୋପଣ କରାଯାଇଥିଲା । ଏମିତି ଅସ୍ତ୍ରୋପଚାର ଓଡିଶାରେ ପ୍ରଥମ ଥର ପାଇଁ କରାଯାଇଛି । ଅପରେସନ ପରେ ଫିରୋଜ ସାହୁ ସୁସ୍ଥ ଥିବା ଜଣାପଡିଛି ।

Get real time updates directly on you device, subscribe now.