fbpx

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬କୋଟି ମଞ୍ଜୁର

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ରାଜ୍ୟର ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬କୋଟି ଟଙ୍କା ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗର ବିକାଶ କରାଯିବ । ଗୋଷ୍ଠୀ କେନ୍ଦ୍ର ମଧ୍ୟ ନିର୍ମାଣ ପାଇଁ ଯୋଜନା ହୋଇଛି । ଭୁବନେଶ୍ୱର ଓ କଟକର ମସଜିଦ ଓ ଚର୍ଚ୍ଚକୁ ୨-୨କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରାପଡ଼ା, ଭଦ୍ରକ ଓ ସମ୍ବଲପୁରର ମସଜିଦକୁ ୧-୧କୋଟି ଟଙ୍କା ହୋଇଛି । ସେହିପରି ବ୍ରହ୍ମପୁର ଓ ରାଜଗାଙ୍ଗପୁର ମସଜିଦକୁ କୋଟିଏ ଲେଖାଏଁ ମଞ୍ଜୁର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.