fbpx

ଜିରୋ ସଂକ୍ରମଣ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜ୍ୟକୁ କରୋନା ମୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି । ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ହେବା ଦରକାର । ଜନସାଧାରଣ ସତର୍କ ରହିଲେ ପୁଣି ଥରେ ଲକଡାଉନର ସ୍ଥିତି ଆସିବ ନାହିଁ । ଅନ୍ୟ ରାଜ୍ୟ ଅପେକ୍ଷା ରାଜ୍ୟର ସ୍ଥିତି ଭଲ ରହିଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ଶହେ ତଳେ ରହୁଛି । ରାଜ୍ୟବାସୀଙ୍କ ତ୍ୟାଗ ଓ ସହଯୋଗରୁ କରୋନା ସ୍ୱାଭାବିକ ଅବସ୍ଥାକୁ ଫେରି ପାରିଛି । କରୋନା ନେଇ ଓଡ଼ିଶାର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ପାଇଁ ଅର୍ଥନୀତି, ସାମାଜିକ ଜୀବନ, ପିଲାଙ୍କ ପାଠପଢ଼ା ଆଦି ପ୍ରଭାବିତ ହୋଇଛି । ଲକଡାଉନ ସମୟର କଷ୍ଟ ଏବେ ମଧ୍ୟ ଆମ ସ୍ମୃତିରେ ରହିଛି । ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ପରି କିଛି ରାଜ୍ୟର ସ୍ଥିତି ବିଗିଡ଼ିଛି । ମହାରାଷ୍ଟ୍ରର କିଛି ଅଞ୍ଚଳକୁ ପୁଣି ଥରେ ଲକଡାଉନ ଫେରିଛି । ବିପଦ ଏବେ ବି ଟଳିନି, ତେଣୁ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ । ଏଥିସହ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.