fbpx

ଆଜି ଦିନ ୧୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଗତ କିଛିଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଛି । ତେଣୁ ରାଜ୍ୟର କୋଭିଡ୍ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିପାରନ୍ତି ବୋଲି ଆଶା କରାଯାଉଛି । କରୋନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇପାରନ୍ତି । ସୂଚନାଯୋଗ୍ୟ ଯେ, କରୋନାର ପ୍ରକୋପ ହ୍ରାସ ପାଇଥିବା ବେଳେ ପୁଣି ଗତ କିଛି ଧରି ବୃଦ୍ଧି ପାଇ ଚାଲିଛି । ତେଣୁ ଏହି ମହାମାରୀକୁ ନେଇ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି ବୋଲି କୁହାଯାଇଛି ।

Get real time updates directly on you device, subscribe now.