fbpx

୬ ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟଣା: ୧ ଲକ୍ଷ ୪୭ ହଜାର ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ତହସିଲ ତୁଳସୀଡ଼ିଆ ଗ୍ରାମରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ପଶୁଙ୍କ ମାଲିକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତୁଳସୀଡିଆ ଗାଁରେ ଆଜି ସକାଳେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଘଟଣାରେ ୩ଟି ଗାଈ, ୨ଟି ବାଛୁରୀ ଓ ଗୋଟିଏ ବଳଦଙ୍କ ମୃତ୍ୟୁ ଘଟିଥିଲା ।

ଏହି ଘଟଣାରେ ଗୋ-ସମ୍ପଦର ମାଲିକମାନଙ୍କୁ କ୍ଷତିପୂରଣ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସହାୟତା ଦେବାକୁ ଟି.ପି.ସି.ଓ.ଡି.ଏଲକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଓ. ଇ.ଆର.ସି’ର ନିୟମ ଅନୁଯାୟୀ ଏହି ପ୍ରାଣୀମାନଙ୍କ ମାଲିକମାନଙ୍କୁ କ୍ଷତିପୂରଣ ମିଳିବା ଆବଶ୍ୟକ । ଏହି ନିୟମ ଅନୁଯାୟୀ, ଗାଈ ମାଲିକଙ୍କୁ ୩୦ ହଜାର, ବଳଦ ମାଲିକଙ୍କୁ ୨୫ ହଜାର ଓ ବାଛୁରୀ ମାଲିକଙ୍କୁ ୧୬ ହଜାର ଟଙ୍କା ସହାୟତା ମିଳିବା ଆବଶ୍ୟକ । ମୃତ ୬ ଟି ପ୍ରାଣୀଙ୍କ ୬ ଜଣ ମାଲିକ ସମୁଦାୟ ୧,୪୭,୦୦୦ ଟଙ୍କା ସହାୟତା ପାଇବେ ।

Get real time updates directly on you device, subscribe now.