fbpx

୫୯୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଏଥର ସୁନା ପାଲଟିଯିବ ଗଞ୍ଜାମ

ଗଞ୍ଜାମ: ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାକୁ ସୁନାରେ ପରିଣତ କରିଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଜିଲ୍ଲାର ବିକାଶ ଏବଂ ଉନ୍ନତି ପାଇଁ ୫୯୦ କୋଟି ଟଙ୍କା ବିନିମୟରେ ୩୦୦ରୁ ଅଧିକ ପ୍ରକଳ୍ପକୁ ମଞ୍ଜୁରୀ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହାସହିତ ଜିଲ୍ଲାର ମହିଳାମାନଙ୍କ କାର୍ଯ୍ୟକୁ ପଶଂସା କରିବା ସହ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଣିକି ହିଞ୍ଜିଳି ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ଯୋଜନାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ଗସ୍ତରେ ଅଛନ୍ତି । ଏଠାରେ ପହଞ୍ଚି ଜିଲ୍ଲାବାସୀଙ୍କୁ ସେ ଖୁବ ପ୍ରଶଂସା କରିଛନ୍ତି । ସେ କହିଥିଲେ ଯେ, ମା’ ମାନେ ଏଠାରେ ଭଲ କାମ କରୁଛନ୍ତି । ତେଣୁ ସେମାନେ ଉଦ୍ୟୋଗୀ ହେବା ଉଚିତ । ମା’ ମାନଙ୍କର ଉନ୍ନତି ହେଲେ ଦେଶ ଏବଂସମାଜର ମଧ୍ୟ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ୩୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ପାଇଁ ମୋଟ ୫୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ଗ୍ରାମକଣ୍ଠ ପଟ୍ଟା ପାଇଥିବା ବେଳେ କେବଳ ହିଞ୍ଜିଳିରେ ୪ହଜାର ୫୦୦ରୁ ଅଧିକ ଲୋକ ଏହି ପଟ୍ଟା ପାଇଥିବାରୁ ସେମାନଙ୍କ ବହୁ ଦିନର ଅସୁବିଧା ଦୂର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲାରେ ମିଶନ ଶକ୍ତିର ମା’ ମାନଙ୍କୁ ୫ ଲକ୍ଷ ଟଭ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଉଛି । ଆଜି ମା’ମାନଙ୍କୁ ୧୫୬ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ସେହିପରି ଚାଷୀମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି । ବିଏସକେୱାଇ ଏବଂ ଫାଇଭ-ଟି ସ୍କୁଲ ରୂପାନ୍ତରଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲଷ୍ଟୋନ ସୃଷ୍ଟି ହୋଇସାରିଛି । ବିଏସକେୱାଇ ଯୋଜନାରେ ଏପର୍ଯ୍ୟନ୍ତ ଜିଲ୍ଲାର ପ୍ରାୟ ୫୦ ହଜାରରୁ ଅଦିକ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ନବୀନ କହିଛନ୍ତି । ଏହାସହିତ ଜିଲ୍ଲାର ୪୭୧ଟି ହାଇସ୍କୁଲ ଫାଇଭ-ଟିରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ଅନ୍ୟ ସମସ୍ତ ହାଇସ୍କୁଲକୁ ଫାଇଭ-ଟିରେ ପରିଣତ କରାଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ଏଥିପାଇଁ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.