fbpx

ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ବାଛିଲେ ବିଜେଡି ସୁପ୍ରିମୋ: ଦେଖନ୍ତୁ କିଏ ପାଇଲେ ପଦବୀ

Advertisement

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ପାଇଁ ୩ ଜଣଙ୍କ ନାମ ବାଛିଛନ୍ତି ରାଜ୍ୟ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କ୍ୟାବିନେଟରେ ନୂଆ ମନ୍ତ୍ରୀ ପଦବୀରେ ଦାୟିତ୍ୱ ଗ୍ରହଣ କରିବେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ । ଏହି ୩ ନେତାଙ୍କ ନାମରେ ମୋହର ଲାଗି ସାରିଛି । ଆସନ୍ତାକାଲି ଲୋକସେବା ଭବନରେ ଶପଥ ଗ୍ରହଣ କରିବେ ୩ ନୂଆ କ୍ୟାବିନେଟ ମନ୍ତ୍ରୀ ।

ରାଜ୍ୟ କ୍ୟାବିନେଟର ନୂଆ ମନ୍ତ୍ରୀ ଭାବେ ଶପଥ ନେବେ ୩ ଜଣ ଦକ୍ଷ ରାଜନେତା । ୩ ଜଣ ବିଧାୟକଙ୍କୁ ନୂଆ ପଦବୀରେ ଶପଥ ଗ୍ରହଣ କରିବା ପାଇଁ ଫୋନ୍ କଲ୍ ମିଳିଛି । ତେଣୁ ଆସନ୍ତାକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ ୩ ଜଣାଶୁଣା ଚେହେରା ବିକ୍ରମ ଆରୁଖ, ସାରଦା ନାୟକ ଏବଂ ସୁଦାମ ମାରାଣ୍ଡି । ତେବେ କେଉଁ ବିଧାୟକଙ୍କୁ କେଉଁ ଦାୟିତ୍ୱ ଦିଆଯିବ, ସେ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଏହି ୩ ଜଣ ପ୍ରମୁଖ ବିଧାୟକଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୯.୫୦ ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୩ ପଦବୀ ପାଇଁ ଦାୟିତ୍ୱ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡିରୁ ପ୍ରଥମେ ଟିକେଟ ପାଇ ସାରଦା ପ୍ରସାଦ ନାୟକ ୨୦୦୪ ମସିହାରେ ବିଧାୟକ ହୋଇଥିଲେ । ଏହାପରେ ୨୦୦୯ ଏବଂ ୨୦୧୯ରେ ମଧ୍ୟ ସେ ରାଉରକେଲାରୁ ବିଜୟୀ ହୋଇଥିଲେ । ତେବେ ଏହା ମଧ୍ୟରେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଜଣେ ମନ୍ତ୍ରୀ ଭାବରେ ସେ ମନ୍ତ୍ରୀମଣ୍ଡଳରେ ନଗର ଉନ୍ନୟନ ଏବଂ ଯୋଗାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ । ସେହିପରି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ମଧ୍ୟ ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଏବଂ ବିଜେଡି ସଂଗଠକ ଭାବରେ ନିଜର ପରିଚୟ ଗଢିଛନ୍ତି । ବିଜେଡି ସରକାରରେ ତାଙ୍କ ହାତରେ ଏକାଧିକ ଦାୟିତ୍ୱ ରହିଥିଲା । ସେ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ସଂଗଠନ ଦାୟିତ୍ୱରେ ରହିଥିଲେ । ୧୯୯୫ ମସିହାରୁ ଲଗାତାର ୬ ଥର ସେ ଭଞ୍ଜନଗରରୁ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

ସୂଚନା ମୁତାବକ, ଆସନ୍ତା କାଲି ରାଜ୍ୟର ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ସକାଳ ୯.୫୦ ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶପଥପାଠ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଗତ ୧୨ ତାରିଖରେ ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତୁ ସାହୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ରାଜ୍ୟରେ ତିନି ଜଣ ବରିଷ୍ଠ ରାଜନେତାଙ୍କ ଇସ୍ତଫାକୁ ନେଇ ହଠାତ୍ ରାଜ୍ୟ ପାୱାର କରିଡର ଚଳଚଞ୍ଚଳ ହୋଇ ଉଠିଥିଲା ।

Get real time updates directly on you device, subscribe now.