fbpx

‘ବଚପନ୍ କା ରିପୋର୍ଟିଂ’ ଦେଖନ୍ତୁ, CM ମଧ୍ୟ ଦିବାନା ହୋଇଗଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ‘ବଚପନା କା ପ୍ୟାର୍’ ଗୀତ ଗାଇ ରାତାରାତି ଫେମସ୍ ହୋଇଥିବା ପିଲାକୁ ତ ଏବେ ସମସ୍ତେ ଜାଣିଥିବେ । ତେବେ ଠିକ୍ ସେହିପରି ଏକ ପିଲା ‘ବଚପନ୍ କା ରିପୋର୍ଟିଂ’ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଖୁବ୍ ଭାଇରାଲ୍ ହେଉଛି ଭିଡିଓ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଦିବାନା ହୋଇ ଶେଆର୍ କରିଛନ୍ତି । ପୂରା ଘଟଣାଟା ଏମିତି ।

ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ମଣିପୁରର ସେନାପତି ଜିଲ୍ଲାର ଏକ ହସ୍ପିଟାଲ୍ରେ ଅକ୍ସିଜେନ୍ ପ୍ଲାଣ୍ଟ୍ ଉଦଘାଟନ କରିବା ପାଇଁ ଯାଇଥିଲେ । ସେହି ଗସ୍ତକାଳକୁ ନେଇ ଏକ ଛୋଟ ପିଲା ବଡ଼ ଅଜବ ରିପୋର୍ଟିଂ କରିଥିଲା । ଭାଇରାଲ୍ ହୋଇଥିବା ଭିଡିଓରେ ପିଲାଟି ଏକ ଗଣମାଧ୍ୟମ ପ୍ରତିନିଧି/ରିପୋର୍ଟରଙ୍କୁ ନକଲ କରୁଥିବା ଦେଖାଯାଉଛି । ଏକ କୋଠାର ଛାତ ଉପରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରିପୋର୍ଟିଂ କରିଥିଲା ପିଲାଟି । ସେଠାରେ ସେ କହୁଥିଲା ଯେ- ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ବହୁତ ଗାଡ଼ି ଛିଡ଼ା ହୋଇଛି । ଆମର ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍ ପ୍ଲାଣ୍ଟ୍ ଉଦଘାଟନ କରିବାକୁ ଆସୁଛନ୍ତି । ସବୁଠାରୁ ମଜାଦାର ଆଉ ସଂଯୋଗର କଥା ଏହିକି ପିଲାଟି ଯେତେବେଳେ ରିପୋର୍ଟିଂ କରୁଥିଲା, ଠିକ୍ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉକ୍ତ ଆକାଶ ମାର୍ଗ ଦେଇ ଯାଉଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ ପିଲାଟିର ରିପୋର୍ଟିଂ ଭିଡିଓ ଦେଖି ଖୁସିବ୍ୟକ୍ତ କରିବା ସହ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି ଯେ ସେନାପତିରୁ ମୋର ଯୁବା ମିତ୍ରଙ୍କୁ ଭେଟନ୍ତୁ । ଯିଏକି ଅକ୍ସିଜେନ୍ ପ୍ଲାଣ୍ଟ ଉଦଘାଟନ ପାଇଁ ମୋର ଗସ୍ତ କାଳର ସବିଶେଷ ବିବରଣୀ ଦେଉଛନ୍ତି । ଏଭଳି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.