fbpx

‘ଚନ୍ଦ୍ରାୟନ-୨’ ମିଶନର ବଡ଼ ସଫଳତା, ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ‘ଚନ୍ଦ୍ରାୟନ-୨’ ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି । ମିଶନ ସମୟରେ ମିଳିଥିବା ତଥ୍ୟରୁ ଏହା ପ୍ରକାଶ ପାଇଛି । ଚନ୍ଦ୍ରାୟନ-୨ ମିଶନର ଅର୍ବିଟର ବର୍ତ୍ତମାନ ବି ଚନ୍ଦ୍ରର ପରିକ୍ରମା କରୁଛି, ଯେଉଁ କାରଣରୁ ଏହି ତଥ୍ୟ ମିଳିଛି ।

ତେବେ ୨୦୧୯ରେ ଚନ୍ଦ୍ରକୁ ଯାଇଥିବା ଚନ୍ଦ୍ରାୟନ-୨ର ଅର୍ବିଟରରୁ ଏହି ସୂଚନା ମିଳିଛି । ଅର୍ବିଟରରୁ ରେକର୍ଡ କରାଯାଇଥିବା ଫଟୋରୁ ଜଣାପଡିଛି ଯେ, ଚନ୍ଦ୍ରରେ ଜଳଅଣୁ (H2O) ଓ ହାଇଡ୍ରୋସ୍କିଲ (OH) ଥିବା ପ୍ରମାଣ ମିଳିଛି । ଚନ୍ଦ୍ରର କକ୍ଷପଥରେ ଇମେଜିଂ ଇନଫ୍ରାରେଡ ସ୍ପେକ୍ଟ୍ରୋମିଟର ଦ୍ୱାରା ଏହା ଜଣାପଡିଛି । ଆଗକୁ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଇସ୍ରୋର ବୈଜ୍ଞାନିକ କହିଛନ୍ତି ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ପୂର୍ବତନ ଚେୟାରମ୍ୟାନ୍ ଏସ୍ କିରଣ କୁମାରଙ୍କ ସହଯୋଗରେ ଲେଖାଯାଇଥିବା ଏକ ରିସର୍ଚ୍ଚ ପେପରରେ କୁହାଯାଇଛି ଯେ ‘ଚନ୍ଦ୍ରୟାନ-୨’ରେ ‘ଇମେଜିଂ ଇନଫ୍ରାରେଡ୍ ସ୍ପେକ୍ଟ୍ରୋମିଟର ‘(ଆଇଆଇଆରଏସ) ନାମକ ଏକ ଉପକରଣ ଅଛି, ଯାହା ବିଶ୍ୱବ୍ୟାପୀ ଡାଟା ପ୍ରାପ୍ତ କରିବା ପାଇଁ ୧୦୦ କିଲୋମିଟରର ଏକ ପୋଲାର ଓରବିଟ ସହ ସମ୍ବନ୍ଧିତ କାମ କରିଥାଏ ।

Get real time updates directly on you device, subscribe now.